ନାବାଳିକା ଅପହରଣ ଅଭିଯୁକ୍ତ କୋର୍ଟଚାଲାଣ
ପାଣିକୋଇଲି: ପୁଲିସ ନାବଳିକାକୁ ଅପହରଣ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି । କରଦା ପଞ୍ଚାୟତର ବିଦ୍ୟାଧର ମଳିକଙ୍କ ଅଭିଯୋଗ ମୁତାବକ ତାଙ୍କ ନାବଳିକା ଝିଅ ହୀରା (ଛଦ୍ମନାମ) ଚଳିତବର୍ଷ ଅଗଷ୍ଟ ୫ ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ଥାନାରେ ଅଭିଯୋଗ କରିଥିଲେ ।୧୭ତାରିଖ ସକାଳୁ ତାଙ୍କ ଝିଅକୁ ପାଣିକୋଇଲିରେ ଛାଡି ଅଭିଯୁକ୍ତ ଓ ତା ପରିବାର ଫେରାର ହୋଇ ଯାଇଥିଲେ । ଝିଅର କହିବା ଅନୁସାରେ କେଉଁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ଢେଙ୍କାସଂଗମ ଗ୍ରାମର ଶରତ ପାତ୍ରଙ୍କ ପୁଅ ଦୀନେଶ (୨୫) ତାଙ୍କ ଗ୍ରାମପାଖ ଭକଣ୍ଡରୀ ଗ୍ରାମର ବନ୍ଧୁବାନ୍ଧବଙ୍କ ସହାୟତାରେ ତାକୁ ଅପହରଣ କରିନେଇ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ସ୍ଥାପନା କରିଥିଲା । ୧୦ଦିନ ସମ୍ପର୍କ ରଖିବା ପରେ ତାକୁ ନେଇ ନେଇ ତାମିଲନାଡୁ ଚାଲିଯାଇଥିଲା । ସେଠାରେ ଉଭୟ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ବାରମ୍ବାର ଶରୀରିକ ସମ୍ପର୍କ ରଖିବା ପରେ ହୀରା ବିବାହ କରିବାକୁ କହିଥିଲା । ମାତ୍ର ଦୀନେଶ ତାକୁ ମାଡ ଗାଳି ଦେଇ ପରିବାର ସହ ଆସି ପାଣିକୋଇଲିରେ ଛାଡି ଚାଲିଯାଇଥିଲା । ଅଭିଯୋଗ ପରେ ପୁଲିସ ଏକ ମାମଲା ୨୨୪/୨୫ ରୁଜ୍ଜୁ କରି ତଦନ୍ତ କରି ଦୀନେଶକୁ ଗିରଫ କରି ଦଫା ୧୩୭(୨)/୬୪(୨)(ଏମ) ଭାରତୀୟ ନ୍ୟାୟ ସଂହିତା ୬ପୋକସୋ ଆକ୍ଟରେ କୋର୍ଟଚାଲାଣ କରିଛି ।