ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର
କପ୍ତିପଦା : ଟ୍ରକ୍ ଏବଂ ବାଇକ ମୁହାଁମୁହିଁ ହେବା ଫଳରେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ରାମଚନ୍ଦ୍ରପୁର ଛକ ନିକଟରେ । କପ୍ତିପଦା ଥାନା ପିଙ୍ଗୁ ଗ୍ରାମର ସୁଦର୍ଶନ ରାଉତ ମଙ୍ଗଳବାର ଦିନ ସାଢେ ୧୧ ଟା ସମୟରେ ନିଜ ବାଇକରେ ରାଢୋ ଅଭିମୁଖେ ଯାଉଥିବା ବେଳେ ରାମଚନ୍ଦ୍ରପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଓଆର ୦୧ ଏଚ୍ ୩୭୨୬ ନମ୍ବର ବିଶିଷ୍ଟ ଟ୍ରକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ସୁଦର୍ଶନ ଗାଡିରୁ ଛିଟିକି ପଡିଥିଲେ ଏବଂ ଗୁରୁତର ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସୁଦର୍ଶନଙ୍କ ବାଇକଟି ଦୁର୍ଘଟଣାରେ ଚୁରମାର ହୋଇଯିବା ସହିତ ବାଇକର ଆଗ ଚକ ଗାଡିରୁ ଅଲଗା ହୋଇଯାଇଥିଲା । ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିସôା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଗାଡିକୁ ଜବତ କରିଛି । ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।