ମୃତ ଲୋକଙ୍କ ନାମରେ ଦସ୍ତଖତ କରାଇ ନେଲେ ମୁ୍ୟଟେସନ

 ଯାଜପୁର ଟାଉନ : ଜନୈକ ମୃତ ବ୍ୟକ୍ତିଙ୍କୁ ଜୀବିତ ଦେଖାଇ ଜନୈକ ରାଜସ୍ୱ ନିରୀକ୍ଷକ ଏକ ମୂଲ୍ୟବାନ ସମ୍ପତିକୁ ଜମାଧାର୍ଯ୍ୟ ବା ମୁ୍ୟଟେସନ କରାଇ ଦେଇଛନ୍ତି । ଯାଜପୁର ପୌରାଞ୍ଚଳ ଶିତଳେଶ୍ୱର ମୌଜାରେ ଦେଖିବାକୁ ମିଳିଛି । ମୌଜା ଶିତଳେଶ୍ୱର ଖାତା ୩୧୨, ଖସଡ଼ା ୫୭୫ ରକବା ୧୨ଡି.୨୦କଡ଼ି ସମ୍ପତ୍ତି ମଙ୍ଗଳପୁର ଥାନା ରଙ୍ଗସ ଗ୍ରାମ ବିଚିତ୍ରାନନ୍ଦ ଦାସଙ୍କ ନାମରେ ରହିଥିଲା । ଏଥିରେ ବିଚିତ୍ରାନନ୍ଦ ଦାସ ଦଖଲଦାର ଥିବାବେଳେ ସେଠାରେ ଗୋଟିଏ ଚାଳଘର କରି ଭଡ଼ା ଲଗାଇଥିଲେ । ଜନୈକ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ନାମରେ ବିଚିତ୍ରାନନ୍ଦ ଦାସଙ୍କ ଠାରୁ ୧୯୯୫ମସିହା ଫେବୃଆରୀ ୧୭ତାରିଖ ଦିନ ଏକ ବିକ୍ରି କବଲାରେ କ୍ରୟ କରିଥିଲେ ବୋଲି କହିଆସୁଥିଲେ । ମାତ୍ର ଏହାକୁ ସେ ମହିଳା ଜଣକ ନିଜ ନାମରେ ମୁ୍ୟଟେସନ କରାଇନଥିଲେ । ଦୀର୍ଘ ୨୯ବର୍ଷ ପରେ ମୁ୍ୟଟେସନ୍ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ୨୦୨୪ମସିହା ଡିସେମ୍ବର ୨୦ରେ ଯାଜପୁର ତହସିଲ କାର୍ଯ୍ୟାଳୟରେ  ମୁ୍ୟଟେସନ ପାଇଁ ଦରଖାସ୍ତ କରିଥିଲେ । ଦରଖାସ୍ତ ଅନୁସାରେ ଯାଜପୁର ତହସିଲରୁ ଏକ ନୋଟିସ କରାଯାଇଥିଲା । ନୋଟିସ୍ରେ ବିକ୍ରେତାଙ୍କ ସମେତ ସର୍ବସାଧାରଣରେ ନୋଟିସ୍ କରାଯାଇଥିଲା । କାହାର ଯଦି ଏହି ମୁ୍ୟଟେସନ୍ କେସ୍ପାଇଁ ଅଭିଯୋଗ ଥିବ ସେ ଧାର୍ଯ୍ୟ ତାରିଖରେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ ବୋଲି ନୋଟିସ୍ରେ ଉଲ୍ଲେଖ ରହିଥିଲା । କିନ୍ତୁ କୌଣସି ବ୍ୟକ୍ତି ଏହି ନୋଟିସ ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । 
ପରବର୍ତ୍ତୀ ସମୟରେ ଏହି କେଶ ତହସିଲଦାର ବିଚାର କରିବା ପୂର୍ବରୁ କେ ଖାନ୍ ନାମକ ଜନୈକ ରାଜସ୍ୱ ନିରୀକ୍ଷକଙ୍କୁ ନିୟୋଜିତ କରାଇ ଏହାର ତଥ୍ୟ ସଂଗ୍ରହ କରିବା ସହ ନୋଟିସ କରାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ନୋଟିସରେ ରାଜସ୍ୱ ନିରୀକ୍ଷକ କେ.ଖାନ୍ ବିଚିତ୍ରାନନ୍ଦ ଦାସଙ୍କ ଓଡ଼ିଆରେ ଦସ୍ତଖତ ଥାଇ ତହସିଲଦାରଙ୍କୁ ସଂପୃକ୍ତବାଦୀ ଓ ପ୍ରତିବାଦୀଙ୍କୁ ନୋଟିସ ବିଷୟରେ ବୁଝାଇ ତାଙ୍କର ସ୍ୱାକ୍ଷର ଆଣି ଶ୍ରୀ ହଜୁରଙ୍କୁ ଜଣାଇଲି ବୋଲି ରିପୋର୍ଟରେ ଉଲ୍ଲେଖ କରି  ଦାଖଲ କରିଥିଲେ । ଯାହା ଫଳରେ କ୍ରୟ କରିଥିବା ମହିଳାଙ୍କ ନାମରେ ଇସୁ୍ୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ବିକି୍ର କରିଥିବା ସଂପୃକ୍ତ ବିଚିତ୍ରାନନ୍ଦ ଦାସ ୨୦୧୭ମସିହା ଡିସେମ୍ବର ୭ତାରିଖ ଦିନ ମୃତୁ୍ୟବରଣ କରିଥିବା ବେଳେ ତାଙ୍କ ଉତରାଧିକାରୀମାନେ ଯାଜପୁର ସହର ବାହାରେ ଅବସ୍ଥାପିତ କରୁଥିଲେ । ଏଥିପାଇଁ ମୁ୍ୟଟେସନ ନୋଟିସକୁ ମୃତକ ବିଚିତ୍ରାନନ୍ଦ ଦାସଙ୍କ ଉତରାଧିକାରୀମାନେ ଜାଣି ପାରିନଥିଲେ କିମ୍ବା ଏହି ନୋଟିସ ବିରୁଦ୍ଧରେ ଅଭିଯୋଗ କରିପାରିନଥିଲେ ବୋଲି ବିଚିତ୍ରାନନ୍ଦ ଦାସଙ୍କ ଉିରାଧିକାରୀ ମଧୁମିତା ଦାସ, ରଞ୍ଜିତ ଦାସ, ନିର୍ମଳାବାଳା ଦାସ, ନିବେଦିତା ଦାସ ଓ ଶର୍ମିଷ୍ଠା ଦାସ ଅଭିଯୋଗ କରିଛନ୍ତି । ଏଠାରେ ସ୍ପଷ୍ଟ ବାରି ହୋଇ ପଡ଼େ ଯେ, ଏହି ଜମାଧାର୍ଯ୍ୟ (ମୁ୍ୟଟେସନ)କୁ ରାଜସ୍ୱ ନିରୀକ୍ଷକ ଜଣକ ପ୍ରତିବାଦୀ ସହ ହାତ ମିଳାଇ ମିଥ୍ୟା ରିପୋର୍ଟ କରି ତହସିଲଦାରଙ୍କୁ ରିପୋର୍ଟ କରିଥିଲେ । ଯେଉଁ ରିପୋର୍ଟ ଅନୁସାରେ ତହସିଲଦାର ସଂପୃକ୍ତ ପ୍ରତିବାଦୀଙ୍କ ନାମରେ ଦରଜ କରାଇ ପଟ୍ଟା ପ୍ରଦାନ କରିଥିଲେ । ମିଥ୍ୟା ରିପୋର୍ଟ ବିଷୟରେ ଜାଣି ବିଚିତ୍ରାନନ୍ଦ ଦାସଙ୍କ ଉତାରାଧିକାରୀ ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ବିଭିନ୍ନ ବିଚାରାଳୟରେ ମକୋଦ୍ଦମା ଦାୟର କରିଛନ୍ତି । ଏସମ୍ପର୍କରେ ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡାଙ୍କୁ ପଚାରିବାରେ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଅନୁଯାୟୀ ପଟ୍ଟା ପଞ୍ଜିକରଣ କରାଯାଇଥାଏ । ଏଠାରେ ବିକ୍ରେତା ବହୁ ବର୍ଷ ପୂର୍ବରୁ ମୃତୁ୍ୟବରଣ କରିଥିବାବେଳେ ଏହି ରିପୋର୍ଟଟି ସମ୍ପୂର୍ଣ୍ଣ ମିଥ୍ୟା ଉପରେ ଆଧାରିତ ବୋଲି ସ୍ପଷ୍ଟ ଜଣାପଡ଼ିଛି । ଏସମ୍ପର୍କରେ ଯାଜପୁର ଉପଜିଲ୍ଲାପାଳଙ୍କ କୋର୍ଟରେ ମାମଲାଟି ବିଚାରଧିନ ଥିବାବେଳେ ବିଚାର ସରିବା ପରେ ସମସ୍ତ କଥା ପଦାକୁ ଆସିବ ବୋଲି ପ୍ରକାଶ କରିଥିଲେ ।