ନାବାଳିକାଙ୍କ ଅକାଳ ବିୟୋଗ
ବାଲିଅନ୍ତା: ଧଉଳି ଥାନା ନିକଟରେ ରହୁଥିବା ଜଣେ ନାବାଳିକାଙ୍କ ଅକାଳ ବିୟୋଗ ହୋଇଛି । ଉକ୍ତ ନାବାଳିକାଙ୍କ ନାମ ପୂଜା ନାୟକ । ସେ ଗତ ୨୦୨୪ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଶରୀର ଅସୁସ୍ଥତା କାରଣରୁ ଉଚ୍ଚଶିକ୍ଷା ଅଧ୍ୟୟନ କରିପାରି ନଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ରାଜଧାନୀ ଚିକିସôାଳୟରେ ଭର୍ତ୍ତର୍ି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଯକ୍ଷ୍ମାରୋଗରେ ପୀଡ଼ିତ ଥିବା ପରିବାର ଲୋକେ କହିଛନ୍ତି । ସରକାର ଯକ୍ଷ୍ମାରୋଗର ନିରାକରଣ ନିମନ୍ତେ ବିଭିନ୍ନ ପଞ୍ଚାୟତ ବା ପଡା ଗ୍ରାମରେ ସଚେତନତା ସୃଷ୍ଟି କରିଥିଲେ ମଧ୍ୟ ଏହି ଘଟଣାକୁ ଦେଖିଲେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ।