ଅଚଳ ଷ୍ଟ୍ରିଟ୍ ଲାଇଟ ମରାମତି ଦାବି

 ନୂଆପଡା : ନୂଆପଡା ଜିଲ୍ଲା ବୋଡ଼େନ ସହର ମହକୁମାସ୍ଥିତ ଗତ ଦୁଇବର୍ଷ ହେବ ଷ୍ଟ୍ରିଟ ଲାଇଟ ଲଗାଯାଇଛି କ୍ଷ ବ୍ଲକରେ  ରହିଛି ଅନେକ ସରକାରୀ ବେସରକାରୀ କାର୍ଯାଳୟ । ବ୍ଲକ ରେ ୧୫ଟି ପଞ୍ଚାୟତର ଲୋକେ ଅନେକ ଦୌନିକ ବୋଡ଼େନ ସହର ଉପରେ ନିର୍ଭର କରୁଛନ୍ତି ଫ ଅନେକ ଲାଇଟ ମରାମତି ଅଭାବରୁ ଅଚଳ ହୋଇପଡିଥିବା ସହ ଷ୍ଟ୍ରିଟ ଲାଇଟ୍ ଲୁହା ଖମ୍ବାରେ ଲାଗୁଛି କଳଙ୍କି । ବୋଡେନ ସହରରେ ଦୀଲଦାର ଛକ, ବସ ଷ୍ଟାଣ୍ଡ, ବିଜୁ ଏକ୍ସପ୍ରେସ ୱେ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟ ଲାଇଟ ଦୀର୍ଘ ୩ ମାସ ହେଲା ଅଚଳ ହୋଇପଡିଛି । ତେବେ କୋଉଠି ଦିନବେଳେ ଲାଇଟ ଜଳୁଛି ତ, କେଉଁଠି ରାତ୍ରି ବି ଲାଇଟ ଜଳୁ ନାହିଁ । ତେଣୁ ତୁରନ୍ତ ଅଚଳ ଲାଇଟ୍ ସବୁ ମରାମତି ପାଇଁ ଦାବି ହେଉଛି ।