ସାହାଣୀ କପ ଫୁଟବଲ: ସେମିରେ କଟକ
ରାଜକନିକା : ରାଜକନିକା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ସଂସଦ ଓ ଫୁଟବଲ ଆସୋସିଏସନ ଅଫ ଓଡିଶା ସହଯୋଗରେ ରାଜକନିକା ଠାରେ ଚାଲିଥିବା ୬୪ ତମ ସିନିଅର ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ ଖେଳ କଟକ ଓ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ୫ - ୦ ଗୋଲରେ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ପିସିସି ସମ୍ପାଦିକା ତଥା ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତ୍ରୀ ଦେବସ୍ମିତା ଶର୍ମା, ସମ୍ମାନିତ ଅତିଥି ଭାବେ ଫାଓର ଉପସଭାପତି ବୀରେନ୍ଦ୍ର କୁମାର ବେହେରା, ସହଦେବ ରାଉତ, ଟିଆଣ୍ଡଟି କମିଟି ସଦସ୍ୟ ରମେଶ ଚନ୍ଦ୍ର ମଲ୍ଲିକ, କାର୍ଯ୍ୟକାରୀ ସଦସ୍ୟ ସେକ ଏହସାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆସୋସିଏସନର ସଭାପତି ଦୋଳ ଗୋବିନ୍ଦ ନାୟକ, ଉପସଭାପତି କପିଳେନ୍ଦ୍ର ମଲ୍ଲିକ, ଯୁଗ୍ମ ସମ୍ପାଦକ ଡ.ଫକୀର ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ଦେବେନ୍ଦ୍ର କୁମାର ନାୟକ, ମିଡ଼ିଆ ସମ୍ପାଦକ ଅଜୟ କୁମାର ରାଉତ, ଉପଦେଷ୍ଟା ଆଦିକନ୍ଦ ଦାସ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଆଶୀର୍ବାଦ କାନୁନଗୋ ଖେଳ ପରିଚାଳନା କରିଥିବା ବେଳେ ଦିଲୀପ ରାଉତ ମ୍ୟାଚ କମିଶନର କାର୍ଯ୍ୟ ସମ୍ପାଦନ କରିଥିଲେ । ଗୋଲକ ବିହାରୀ ମଲ୍ଲିକ, ବାସୁଦେବ ବେହେରା, ପର୍ଶୁରାମ ସାହୁ, ବିଜୟ ଭୂୟାଁ, ଅରୁଣ ବାରିକ, ବେଣୁଧର ପରିଡା,ମିର୍ଜା ଇବ୍ରାହିମ ବେଗ, ରଙ୍ଗାଧର ବେହୁରା, ସୋମ୍ୟ କାନ୍ତ ନାୟକ, ବିଶ୍ୱନାଥ ଦାଶ, ପ୍ରହଲ୍ଲାଦ ଜେନା ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।