ବିଜୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ବିଜେଡ଼ିର ପ୍ରତିବାଦ

 କଟକ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ ଛକରେ ଥିବା ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣାକୁ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ଚୌଦ୍ୱାରକଟକ ବିଜୁ ଜନତାଦଳ ପକ୍ଷରୁ ଯୋବ୍ରା ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି ଘଟଣାର ପ୍ରତିବାଦ କରାଯିବା ସହିତ  ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଏପରି ଘଟଣାର ଯେପରି ପୁନରାବୃତ୍ତି, ନ ହୁଏ ସେ ନେଇ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଚୌଦ୍ୱାର କଟକ ବିଜୁ ଜନତାଦଳ ପକ୍ଷରୁ ଦାବି କରାଯାଇଛି । କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ବିଜୁ ଜନତାଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ । 
 ବାଲେଶ୍ୱର,୧୬ ।୪: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ ଛକରେ ଥିବା ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ପ୍ରତିବାଦରେ ବାଲେଶ୍ୱର ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ଫାଣ୍ଡି ଛକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ସ୍ୱରୂପ ଦାସ ସଭାପତିତ୍ୱ  କରିଥିଲେ । ବିଜୁ ବାବୁ କୌଣସି ଦଳର ନୁହଁନ୍ତି, ସେ ଓଡିÿଆ ଜାତିର ଜନନାୟକ । ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟିଦେଲେ, ପାଟଣାଗଡରେ ପ୍ରତିମୂର୍ତ୍ତି ଜାଳିଦେଲେ । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ସବୁକିଛି ପରେ ବି ରାଜ୍ୟ ସରକାରଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତୁରନ୍ତ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।  ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେ ନେଇ ସରକାର ଯନôବାନ ହୁଅନ୍ତୁ ବୋଲି ଅନୁଷ୍ଠିତ ବିକ୍ଷୋଭ ସଭାରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମତପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ, ପୂର୍ବତନ ଉପନଗରପାଳ ତଥା ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ରାଉତ, ମୁ୍ୟନିସିପାଲିଟି ଉପନଗରପାଳ କୈଳାସ ସେଠୀ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ବିଜେଡି ନେତା ଗଙ୍ଗାଧର ମିଶ୍ର, ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା, ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡି, କାଉସିଲର ତଥା ଟାଉନ ମହିଳା ସଭାପତି ମୀନା ମହାନ୍ତି, କାଉସିଲର ମିତା ପଟ୍ଟନାୟକ, କବିତା ମୃମୁ, ମିରାଜ ବାନୋ, ସନ୍ଧ୍ୟାରାଣୀ ଜେନା, ସବିତା ରାଣୀ ଦାସ, ଶଶୀରେଖା ମହାନ୍ତି, ସେକ ଆୟୁବ, କାର୍ତ୍ତିକ ସାହୁ, ପୂର୍ବତନ କାଉନସିଲର ସାକିର ଖାନ, ସଂଜୟ ବେହେରା, ନଳିନୀ ରଂଜନ ଦାସ, ରିତିକ ଜୀ,  ଲକ୍ଷ୍ମୀକାନ୍ତ ଜେନା ପ୍ରମୁଖ ଏହି ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।