‘୧୬ ବର୍ଷର ମୁସଲିମ୍ ଝିଅ ବିବାହ କରିପାରିବେ’

 ନୂଆଦିଲ୍ଲୀ  : ୧୬ ବର୍ଷ ବୟସର ମୁସଲିମ ଝିଅ ବି ବିବାହ କରିପାରିବେ  । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି  । ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କର ରାୟରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମଧ୍ୟ ମନା କରିଦେଇଛନ୍ତି  । ୨୦୨୨ରେ, ପଞ୍ଜାବ-ହରିୟାଣା ହାଇକୋର୍ଟ ୨୧ ବର୍ଷୀୟ ମୁସଲିମ ଯୁବକ ଏବଂ ୧୬ ବର୍ଷୀୟ ମୁସଲିମ ଝିଅଙ୍କ ପ୍ରେମ ବିବାହକୁ ମୁସଲିମ ବ୍ୟକ୍ତିଗତ ଆଇନର ବ୍ୟବସ୍ଥା ଅନୁଯାୟୀ ବୈଧ ବୋଲି ବିବେଚନା କରିଥିଲେ । ହାଇକୋର୍ଟ ବିବାହିତ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇବାକୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।