ନାଳ ପୋତି ହେବାରୁ ଜମି ନଳବଣ
କଣାସ : କଣାସ ବ୍ଲକର ଚିଲିକାର ଉପକୂଳରେ ଅବସ୍ଥାପିତ ପାଇକମରା, ଗୋପିନାଥପୁର, କଳାପଦର, ବଡଓରା, ସାନଓରା, ସାହାସପୁର ମୌଜାର ଧାନଜମିର ଜଳ ନିଷ୍କାସନ ପାଇଁ ଥିବା ନାଳଗୁଡିକ କଲିକତି ଦଳରେ ପରିପୂର୍ଣ୍ଣ ହୋଇ ପୋତି ହୋଇପଡିବାରୁ ବର୍ଷାଜଳ ଓ ବନ୍ୟାଜଳ ନିଷ୍କାସନ ନ ହୋଇ ଧାନଜମିରେ ମାସ ମାସ ଧରି ଜଳ ଜମି ରହୁଥିବାରୁ ପ୍ରତି ବର୍ଷ ·ଷୀମାନେ ଶାରଦ ଧାନ ଫସଲ ହରାଉଛନ୍ତି । ଉକ୍ତ ଜମିକୁ ଜଳସେଚନର ବ୍ୟବସ୍ଥା ନ ଥିବାରୁ ରବିଫସଲ ମଧ୍ୟ ହୋଇପାରୁ ନାହିଁ । ଯାହାଫଳରେ ଶହଶହ ଏକର ଧାନଜମିରେ ନଳଘାସ ପରିପୂର୍ଣ୍ଣ ହୋଇଛି । ତୁରନ୍ତ ପୋତି ହୋଇଥିବା ନାଳଗୁଡିକ ସଫାକରି ଜଳସେଚନର ବ୍ୟବସ୍ଥା କରିବାକୁ ଉକ୍ତ ଗ୍ରାମର ·ଷୀମାନେ ଦାବିକରିଛନ୍ତି ।