ବିଜେଡିର ଯୁବ ଛାତ୍ର ଜନଜାଗରଣ ଅଭିଯାନ: ସରକାରଙ୍କୁ ବିଜେଡିର କଟାକ୍ଷ ‘ବର୍ଷ ଏକ ବିଫଳତା ଅନେକ’
ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ସଫଳତା ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଏହାକୁ ଘୋର ବିରୋଧ କରିଛି ବିଜେଡି । ଆଜି ପୁରୀ ଠାରେ ଆୟୋଜିତ ଏକ ବିଶାଳ ଯୁବ ଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଯୁବ-ଛାତ୍ର ନେତୃମଣ୍ଡଳୀ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ନେଇ ବର୍ଷିଛନ୍ତି । ସରକାରଙ୍କ ଲମ୍ୱା ବିଫଳତା ତାଲିକା ଉପସ୍ଥାପନ କରିବା ସହିତ ସରକାରଙ୍କ ‘ବର୍ଷ ଏକ ଉପଲବ୍ଧô ଅନେକ’ ସ୍ଲୋଗାନ୍ ବିରୋଧରେ ‘ବର୍ଷ ଏକ ବିଫଳତା ଅନେକ’ କହି କଟାକ୍ଷ କରିଛନ୍ତି ।
କାର୍ଯ୍ୟକ୍ରମକୁ ଦଳର ସଭାପତି ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ, ରାଜ୍ୟବାସୀଙ୍କୁ ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ନାମ ଓ ରଙ୍ଗ ପରିବର୍ତ୍ତନ କରୁଛନ୍ତି । ବିଏସକେୱାଇ ଭଳି ଲୋକପ୍ରିୟ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି, ଯାହା ଯୋଗୁଁ ରୋଗୀମାନେ ଚିକିତ୍ସା ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ନବୀନ କହିଥିଲେ । ସେହିପରି ବରିଷ୍ଠ କର୍ମକର୍ତ୍ତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ ଓ ଡ ଅରୁଣ ସାହୁ ପ୍ରମୁଖ ଅଭିଯାନରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷର ଓ କେନ୍ଦ୍ର ସରକାରଙ୍କ ଏଗାର ବର୍ଷର ବିଫଳତା ଉପରେ ବର୍ଷିଥିଲେ ।
ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଯୁବ ଛାତ୍ରଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଯେଉଁସବୁ ସମ୍ଭାବନା ସୃଷ୍ଟି ହୋଇଥିଲା, ଆଜି ବିଜେପିର ଏକ ବର୍ଷର ଶାସନରେ ତାହା ମଉଳିବାକୁ ବସିଲାଣି । ସେହିପରି ଡ ଅରୁଣ ସାହୁ ଗତ ନିର୍ବାଚନ ସମୟରେ ବିଜେପି ତରଫରୁ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ମନେ ପକାଇ ଆସନ୍ତା ୨୦ରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଉେଦେ୍ଦଶ୍ୟରେ ପ୍ରଶ୍ନ କରି ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ରନôଭଣ୍ଡାର ଚାବି ଫେରାଇ ଆଣିବା ଓ ଓଡିଆ ଅସ୍ମିତାକୁ ସୁରକ୍ଷିତ ରଖିବା ପ୍ରସଙ୍ଗ ଉଠାଇଥିଲେ । ବିଧାୟିକା ପ୍ରମିଳା ମଲ୍ଲିକ ରାଜ୍ୟ ବିଜେପି ସରକାରଙ୍କ ସଫଳତାକୁ ନେଇ ଉତ୍ସବ ପାଳନକୁ ତାତ୍ସଲ୍ୟ କରିଥିଲେ । ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ସଂତୃପ୍ତ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, କଳିକେଶ ସିଂହଦେଓ, ପ୍ରଣବ ବଳବନ୍ତରାୟ, ବିଭୂତି ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ରୋହିତ ପୂଜାରୀ ପ୍ରମୁଖ ବିଜେପି ବିରୋଧରେ ବର୍ଷିଥିଲେ । କାର୍ଯ୍ୟକ୍ରମରେ ପ୍ରତାପ ଜେନା, ଡ ଅମର ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ଅଶୋକ କୁମାର ପଣ୍ଡା, ଧ୍ରୁବ ସାହୁ, ପ୍ରଦୀପ ସାହୁ, ସଞ୍ଜିବ ମଲ୍ଲିକ, ଉମାକାନ୍ତ ସାମନ୍ତରାୟ, ରୋମାଞ୍ଚ ବିଶ୍ୱାଳ, ପ୍ରୀତିରଞ୍ଜନ ଘଡେଇଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତାମାନେ ସାମିଲ ହୋଇଥିଲେ ।