ମାଆଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଏରସମା : ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ସାରା ରାଜ୍ୟରେ ମାଗଣା ଗଛ ବଣ୍ଟନ କରାଯାଉଛି । କୁଜଙ୍ଗ ରେଞ୍ଜ ଅଧୀନ ବାଲିତୁଠ ଫରେଷ୍ଟ ପକ୍ଷରୁ ମଧ୍ୟ ମା’ ପାଇଁ ଗଛ ଟିଏ ଯୋଜନାରେ ଗଛ ବଣ୍ଟନ କରାଯାଇଛି । ଫରେଷ୍ଟର ପଦ୍ମଲାଭ ରାଉତ ଓ ରାଜେଶ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏରସମା ବ୍ଲକର ଢିଙ୍କିଆ, ଗଡ଼କୁଜଙ୍ଗ, ନୂଆଗାଁ, ବାମଦେଇପୁର, ବାଲିତୁଠ, ଚଟୁଆ, ବଳେଇପୁରୁ ଆଦି ପଂଚାୟତରେ ଲିମ୍ବ, ଝାଉଁ, ଜାମୁ, ଆକାଶିଆ ବେଲଜିଅମ ଆଦି ଗଛ ବଣ୍ଟନ ହୋଇଥିଲା । ଆଗାମୀ ଦିନରେ ପ୍ରତି ପଂଚାୟତରେ ମାଗଣା ଗଛ ବଣ୍ଟନ କରାଯିବ ବୋଲି ଫରେଷ୍ଟର ଶ୍ରୀ ରାଉତ ସୂଚନା ଦେଇଛନ୍ତି ।