ନିଆରା ଢ଼ଙ୍ଗରେ ନବବର୍ଷ ପାଳିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ; ଅସହାୟ ଶିଶୁ ବୃଦ୍ଧବୃଦ୍ଧାଙ୍କ ସହିତ କାଟିଲେ ସମୟ
ଭଦ୍ରକ/ଧାମନଗର: ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିଜ ନିର୍ବାଚନ ମଣ୍ଡଳୀରେ ନିଆରା ଢଙ୍ଗରେ ଇଂରାଜୀ ନବବର୍ଷ ପାଳନ କରିଛନ୍ତି । ଆଜି ଧାମନଗର କଲେଜ ନିକଟସ୍ଥ ଜରାନିବାସ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣାକୁ ସମ୍ମାନ ଜଣାଇବା ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇ ବିନା କୌଣସି ଫୁଲତୋଡ଼ା ବା ଉପହାରକୁ ଆଡେଇ ଦେଇ ଜରାନିବାସରେ ପହଞ୍ଚି ପରିବାର ଓ ସମାଜର ମୁଖ୍ୟ ସୃତରୁ ଅଲୋଡା ହୋଇ ଜୀବନ ଯୀଉଁ ଥିବା ଆସହାୟ ବୃଦ୍ଧ ବୃଦ୍ଧାଙ୍କ ସହ ମିଶି ସେମାନଙ୍କ ସୁଖ ଦୁଃଖ ବୁଝିଥିଲେ ।
ଜରାନିବାସ ପରିସରରେ ଥିବା ଅନ୍ଧ ମୁକ, ବଧିର ଏବଂ ମାନସିକ ବିକାରଗ୍ରସ୍ଥ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ସହ ବେଶ ଅନ୍ତରଙ୍ଗ ଭାବେ କିଛି ସମୟ କଟାଇଥିଲେ । ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ମୁଁହରେ ହସ ଭରିଦେବାକୁ ମନ୍ତ୍ରୀ ତାଙ୍କର ସାମୟିକ ଉପସ୍ଥିତ ମଧ୍ୟରେ ପ୍ରାୟାସ କରିଥିଲେ । ତାହା ସହ ଜରାଆଶ୍ରମ ପରିସର ବୁଲି ଦେଖି ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ସଂଗେ ସଂଗେ ଜରା ନିବାସ ପରିସରରେ ମନ୍ତ୍ରୀ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଦିଗରେ ସମସ୍ତେ ନିଜ ନିଜର ପ୍ରୟାସ କରିବାକୁ ନିବେଦନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଧାମନଗର ତହସିଲଦାର ଦୀପକ କୁମାର ଦାସ, ବିଡିଓ ବନବିହାରୀ ଦିଣ୍ଡା, ଏବିଡିଓ ଶର୍ମିଷ୍ଠା ମଲ୍ଲିକଙ୍କ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କୈଳାଶ ମହାପାତ୍ର, ମନୋରଂଜନ ମଲ୍ଲିକ, ବୁଦ୍ଧଦେବ ଜେନା, ଅରବିନ୍ଦ ପତି, ଶରତ ମହାନ୍ତି, ହରେକୃଷ୍ଣ ପାଢୀ,ଧାମନଗର ପ୍ରେସ କ୍ଲବର ସଭାପତି ବୈକୁଣ୍ଠ ସାହୁ, ସମ୍ପାଦକ ରଜତ ପଣ୍ଡା, ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଜେନା, ଦେବେନ୍ଦ୍ର ଆନ୍ଦିଆଙ୍କ ସମେତ ବିଭିନ୍ନ ପଞ୍ଚାୟତର ନେତା ଓ କର୍ମୀ ଉପସ୍ଥିତ ଥିଲେ ।