ଏବିଭିପିର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚଳିତ ଶିକ୍ଷାବର୍ଷରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡିବା ଏବଂ ରାଷ୍ଟ୍ରୀୟ ପୁନଃନିର୍ମାଣ ପାଇଁ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟକରିବାର ଲକ୍ଷ୍ୟ ନେଇ ଏବିଭିପି ପ୍ରତି ଶିକ୍ଷା ବର୍ଷରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥାଏ  । ଓଡ଼ିଶାରେ ଦୀର୍ଘ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି । ଯାହାକି ଏବିଭିପି ଏବଂ ଛାତ୍ର ନେତୃତ୍ୱଙ୍କ ମାଧ୍ୟମରେ ଏହା ସମାଧାନ ହୋଇ ପାରିବ । ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ କହିଛନ୍ତି, ଏବିଭିପି ପ୍ରତ୍ୟକ କ୍ୟାମ୍ପସରେ ହେଲ୍ପ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ପାଇଁ  ଅଣ୍ଟା ଭିଡ଼ି ସାରିଲାଣି  ।ଏହି ପ୍ରେସମିଟରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ସହ ସଂଯୋଜକ ପୂଜାରାଣୀ ମଲ୍ଲିକ, ପ୍ରାନ୍ତ ସବିଷ୍କାର ସହ ସଂଯୋଜକ ଦେବୀ ପ୍ରସାଦ ଦାଶ ମଞ୍ଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ପ୍ରମୁଖ ଶିକ୍ଷାବିତ୍ ଡ. ବସନ୍ତ କୁମାର ଦୀକ୍ଷିତ, ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ବିଭାଗ ଏସଏଫଏସ ସଂଯୋଜିକା ମାଧୁରୀ ରାଉତ, ଶୁଭମ ରାଉତ, କାହ୍ନା ଜେନା, ରଞ୍ଜୁଲତା ପୁଟିଆ ଉପସ୍ଥିତ ଥିଲେ  ।