ନିଖିଳ ଉକôଳ ଲେଖିକାମଞ୍ଚର ବାର୍ଷିକ ଉସôବ 

 କୁଜଙ୍ଗ : କୁଜଙ୍ଗ ଜେଲରୋଡ଼ସ୍ଥିତ ଏମଆଇଆଇଟି କମ୍ପୁ୍ୟଟର ସଂସ୍ଥାନରେ ନିଖିଳ ଉକôଳ ଲେଖିକା ମଞ୍ଚର ପ୍ରଥମ ବାର୍ଷିକ ଉସôବ ରାଜ୍ୟ ସମ୍ପାଦିକା ଆଇନଜୀବୀ ମଞ୍ଜୁଲତାଙ୍କ ତତ୍ତ୍ୱାବଧାନରେ ତଥା ରାଜ୍ୟ ସଭାପତି ଶିକ୍ଷାବିତ ଡ. ବସନ୍ତ ମଞ୍ଜରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ଉଦଘାଟନ କରିଥିଲେ ରାଷ୍ଟ୍ରପତି ପୁରସ୍କୃତା ଶିକ୍ଷିକା ସୌଭାଗିନୀ ରାୟ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଶିକ୍ଷାବିତ୍ ଶିବାନୀ ଭଟ୍ଟାଚାର୍ଯ୍ୟ ଓ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ପୁରସ୍କୃତା ସେବିକା ପ୍ରେମଲତା ବାରିକ । ବରେଣ୍ୟ ଅତିଥି ଭାବେ ସୁସାହିତ୍ୟିକା ତିଲୋତ୍ତମକ୍ଷ ଦାଶ, ଜଗତସିଂହପୁର ଜିଲ୍ଲା ଲେଖିକା ସଂସଦର ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର, ଡ. ଆରତି ତ୍ରିପାଠୀ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ଶିକ୍ଷାବିତ୍ ରୁନୁଲତା ମଲ୍ଲିକ ଯୋଗ ଯେଇଥିବା ବେଳେ ମଞ୍ଚ ସଂଯୋଜନା କରିଥିଲେ ସୁସାହିତ୍ୟିକା ସରୋଜିନୀ ମିଶ୍ର । ସୁଶ୍ରୀ କଳ୍ପନା ପଣ୍ଡା ଓ ମହାସ୍ମିତା ଓଝାଙ୍କ କବିତା ସଂଯୋଜନାରେ  କବୟିତ୍ରୀଗଣ କବିତା ପାଠ କରିଥିଲେ ।