କେନ୍ଦ୍ର-ରାଜ୍ୟ ଟଣାଓଟରାରେ ବଳି ପଡୁଛି ଶ୍ରମିକଙ୍କ ସ୍ୱାର୍ଥ: ୧୫ ହଜାର ରନ୍ଧନ ଗ୍ୟାସ ବିତରଣ କର୍ମଚାରୀ ଉପେକ୍ଷିତ
ଯାଜପୁର/ବୈରୀ: ରନ୍ଧନ ଗ୍ୟାସ ବିତରଣ ଏକ ଅତ୍ୟାବଶ୍ୟକୀୟ ସେବା ଶ୍ରେଣୀରେ ଅନ୍ତଭୂକ୍ତ । ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିମ ଭଳି ତିନି ଗୋଟି ରାଷ୍ଟ୍ରାୟତ ଅଏଲ୍ ମାର୍କେଟିଂକମ୍ପାନୀ (ଓଏ୍ମସି) ଓଡିଶାରେ ପ୍ରାୟ ୯୫୧ ରନ୍ଧନ ଗ୍ୟାସ ବିତରକଙ୍କ ଦ୍ୱାରା ସେବା ଯୋଗାଇ ଦେଉଛନ୍ତି । ଗୋଡାଉନ ମ୍ୟାନେଜର, ଅଫିସ ବୟ, କମ୍ପୁ୍ୟଟର ବୟ, ମେକାନିକ୍, ଗୋଡାଉନ ଆଟେଣ୍ଡାଣ୍ଟ, ଅଫିସ ମ୍ୟାନେଜର, ଡେଲିଭର ବୟ, ଡ୍ରାଇଭର, ସୁରକ୍ଷାକର୍ମୀ ଆଦିଙ୍କୁ ମିଶାଇ ପ୍ରତି ବିତରକଙ୍କ ନିକଟରେ ହାରାହାରି ୧୫ ଜଣ କାମ କରନ୍ତି । ୨୫ ହଜାରରୁ ଊଦ୍ଧ୍ୱର୍ ଉପଭୋକ୍ତା ଥିବା ବିତରକ ୩୦ଜଣ କର୍ମଚାରୀ ରଖିବାର ପ୍ରାବଧାନ ଅଛି । ବିତରକ ମାନେ ବହୁତ କମ୍ କର୍ମଚାରୀରେଏହି ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବାରୁ ନାନାଦି ସମସ୍ୟା ଦେଖା ଦେଉଛି । ଏଥିନେଇ ବିଗତ ବର୍ଷ ଗୁଡିକରେ ସୂର୍ଯ୍ୟପ୍ରଭା ପକ୍ଷରୁ ତଥ୍ୟ ଭିତ୍ତିକ ଖବର ମାନ ପ୍ରକାଶ ପାଇଥିଲା । ଏହି ମର୍ମରେ ଏକ ଅଭିଯୋଗକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟର ଉପ ମୁଖ୍ୟ ଶ୍ରମକ ମିଶନର (କେନ୍ଦ୍ରୀୟ) ଏସ୍. ସମ୍ପଦ କୁମାର ଓଡିଶା ଶ୍ରମକ ମିଶନରଙ୍କୁ ଗତ ୨୫ ନଭେମ୍ବରରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚିଠି କରିଛନ୍ତି । ସେହିପରି ଓଡିଶା ଶ୍ରମ ବିଭାଗରେ ପଞ୍ଜୀକୃତ ଏକ ଅଭିଯୋଗକୁ ଅତିରିକ୍ତ ଶ୍ରମକ ମିଶନର ଘାସିରାମ ଟୁଡୁ ଚିଠି ନଂ ୭୮୩୧ ତା ୨୮ା୧୧ା୨୪ରେ ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ଶ୍ରମକ ମିଶନର (କେନ୍ଦ୍ରୀୟ)କୁ ପଠାଇଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ବିତରଣ କର୍ମଚାରୀ କେନ୍ଦ୍ର ଶ୍ରମ ବିଭାଗ ଅଧୀନରେ ଆସୁଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରାଳୟଏବଂ ରାଜ୍ୟଶ୍ରମ ବିଭାଗ ପରସ୍ପରକୁ କାଦଅଫିଙ୍ଗୁଥିବା ବେଳେ ବିତରଣ କର୍ମଚାରୀ କାହା ଅଧୀନରେ ଆସୁଛନ୍ତି ତାହା ଜଣା ପଡୁନାହିଁ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏପର୍ଯ୍ୟନ୍ତ ବିତରଣ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଭୟ କେନ୍ଦ୍ର ବା ରାଜ୍ୟ କାହାରବି ନିଘା ନାହିଁ ।
ଯାଜପୁର ଜିଲାପାଳଙ୍କୁ ପଠାଯାଇଥିବା ଏକ ଅଭିଯୋଗକୁ ଜିଲା ଶ୍ରମ ଅଧିକାରୀଙ୍କୁ ପଠାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଅନ୍ୟ ପକ୍ଷରେ କର୍ମଚାରୀ ଭବିଷ୍ୟନିଧି କମିଶନର ଭାରତ ପେଟ୍ରୋଲିୟମ ଓ ଇଣ୍ଡିଆନ ଅଏଲ୍ର ଓଡିଶା ରାଜ୍ୟ ମୁଖ୍ୟଙ୍କୁ ଚିଠି ନଂ ଓଆର୍/ଡିଓସିଟିସି/ପିଜିଏଚ୍ଏସ୍/୧୬୫୪(୨) ତା୨୯ା୧୧ା୨୪ରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରୋଭିଡେଣ୍ଟଣ୍ଡ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବାସହ ସବୁ କର୍ମଚାରୀଙ୍କ ବିସ୍ତୃତ ବିବରଣୀ ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଇଏସ୍ଆଇକୁ ପଠାଯାଇଥିବା ଏକ ଅଭିଯୋଗ ଓଡିଶା ଅଞ୍ଚଳର ଉପ ନିଦେ୍ର୍ଦଶକ ସୁକାନ୍ତ ଚନ୍ଦ୍ର ଦାସଙ୍କ ନିକଟରେ ବିଚାରାଧୀନ ଅଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ମଧ୍ୟ ନିଜ ବିଭାଗରେ ସବୁଶ୍ରମ ଆଇନକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବା ପାଇଁ ଭୀମ ଆର୍ମି ଭାରତଏକତା ମିଶନ, ଓଡିଶା ରାଜ୍ୟ ସଚିବ ଭୈରବ ପ୍ରସାଦ ବେହେରା ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଭୀମ ଆର୍ମି ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।