୨୦ରେ ଉତ୍ତମ ସ୍ୱାସ୍ଥ୍ୟସେବା ଦାବିରେ ଆନେ୍ଦାଳନ
ବାଲେଶ୍ୱର: ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କି୍ରୟାନୁଷ୍ଠାନ କମିଟି ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ ସମସ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ଭିତ୍ତିଭୂମି ଓ ଉତ୍ତମ ସ୍ୱାସ୍ଥ୍ୟସେବା ଦାବିରେ ଆସନ୍ତା ଫେବୃଆରୀ ୨୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାସ୍ତରୀୟ ଗଣଧାରଣା ପାଇଁ ଅନୁଷ୍ଠିତ ସାଂଗଠନିକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଲେଶ୍ୱର ଓକିଲ ସଂଘ ସଭାଗୃହରେ ଅନୁଷ୍ଠିତ ବୈଠକରେ ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା କମିଟିର କର୍ମକର୍ତ୍ତାମାନଙ୍କ ସମେତ ସମସ୍ତ ଅଞ୍ଚଳ କମିଟି ଓ ବ୍ଲକ୍ କମିଟିର ନେତୃତ୍ୱ ଏହି ବୈଠକରେ ଉପସ୍ଥିତ ଥିଲେ । କି୍ରୟାନୁଷ୍ଠାନ କମିଟିର ଗତ ବାର୍ଷିକ ସମ୍ମିଳନୀରେ ଗୃହୀତ ୧୭ଦଫା ଦାବିପତ୍ର ଓ ଗତ ୧୦ ତାରିଖ ଦିନ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ସାଂସଦ, ବିଧାୟକମାନଙ୍କୁ ଦିଆଯାଇଥିôବା ଚିଠିକୁ ବୈଠକରେ ସାଧାରଣ ସଂପାଦକ ପ୍ରଦୀପ ଦାସ ପାଠ କରିଥିଲେ । ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥା ସଂପର୍କରେ ସମସ୍ତ ପ୍ରତିନିଧି ଆଲୋଚନାରେ ସେମାନଙ୍କର ଅସନ୍ତୋଷ ଓ ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରକାଶ କରିଥିଲେ । ଜିଲ୍ଲାସ୍ତରୀୟ ଗଣଧାରଣା ସହ ବ୍ଲକ୍ସ୍ତରରେ ଓ ବିଧାନସଭା ସମ୍ମୁଖରେ ଗଣଧାରଣା ଦେବାକୁ ବହୁ ପ୍ରତିନିଧି ପ୍ରସ୍ତାବ ଦେଇଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଭୋଗରାଇ ବ୍ଲକ୍ କି୍ରୟାନୁଷ୍ଠାନ କମିଟିର ବରିଷ୍ଠ ସଦସ୍ୟ ତଥା ବ୍ଲକ୍ ସମ୍ପାଦକ ଚିତ୍ତରଂଜନ ଦାସ ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ । ସର୍ବଶ୍ରୀ ଦିଲ୍ଲୀପ ଗିରି, କୁମୁଦ ରଂଜନ ଗିରି, ବନ୍ଦନା ପାଲ୍, ମାୟାଧର ନାୟକ, ଭାରତୀ ପଣ୍ଡା, ଡ. କେଶବ ପଣ୍ଡା, ଷ୍ଟାଲିନ୍ ମିଶ୍ର, ବିଧାନ ରାୟ, ଶ୍ୟାମସୁନ୍ଦର ଜେନା, ଇଂ. ବନମାଳୀ ନାୟକ, ପରମେଶ୍ୱର ପାତ୍ର, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଦେବବ୍ରତ ପାଣିଗ୍ରାହୀ, ପ୍ରଦୀପ ପରିଡ଼ା, ନିରଞ୍ଜନ ରାଉତ, ପ୍ରଫୁଲ୍ଲ ଦାସ, ସୀତାରାମ ପ୍ରଧାନ, ରମେଶ ଚନ୍ଦ୍ର ଜେନା, ଜିତେନ୍ଦ୍ର ଉପାଧ୍ୟାୟ, ଶରତ ଚନ୍ଦ୍ର ଦଳାଇ, ଅକ୍ଷୟ ତି୍ରପାଠୀ, ଯଶୋଦାନନ୍ଦନ ଆଶ୍, ଭରତଚନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ଜେନା, ସୁରେନ୍ଦ୍ର ପଣ୍ଡା, ରବି କୁମାର ପାଣିଗ୍ରାହୀ, ନିରାକାର ରାଉତ, ସୁଦର୍ଶନ ଜେନା ଓ ଦାମୋଦର ନାୟକ ପ୍ରମୁଖ ପ୍ରସ୍ତାବିତ ଆନେ୍ଦାଳନକୁ ଦୃଢ଼ ସମର୍ଥନ ଜଣାଇ ଆନେ୍ଦାଳନକୁ ବ୍ୟାପକ କରିବାପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ବାଲେଶ୍ୱର ଜିଲ୍ଲାବାସୀଙ୍କ ସମେତ ସମସ୍ତ ସାମାଜିକ ଓ ଗଣ ସଂଗଠନମାନେ ଏହି ଆନେ୍ଦାଳନରେ ସହଯୋଗ ପାଇଁ ବୈଠକରେ ନିବେଦନ କରାଯାଇଛି । ସଂଗଠନର ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ମହିଳା ସାମ୍ମୁଖ୍ୟର ଉପସଭାନେତ୍ରୀ ସରସ୍ୱତୀ ପଣ୍ଡା ଧନ୍ୟବାଦ ଦେଇଥିଲେ ।