୮୧ ପ୍ରକଳ୍ପକୁ ୩ କୋଟି ୬୦ ଲକ୍ଷ ମଞ୍ଜୁର

 ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଜୟ ପ୍ରକାଶ ମଇଦାନ କୁମାର ଉସôବ ପଡିଆରେ ତିର୍ତ୍ତୋଲ ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ, ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟା ରାଣୀ ମହାନ୍ତି, ଜÿିଲ୍ଲା ପରିଷଦ ରଂଜିତା ସିଂହ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟ ଜିତ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ  । ପ୍ରାରମ୍ଭରେ ସମସ୍ତ ଅତିଥି ମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ ଓ ପୁଷ୍ପ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  । ପରେ ଅତିଥି ମାନଙ୍କ ଦ୍ୱାରା ଆୟୁଷ୍ମାନ କାର୍ଡ, ବେୟ ବନ୍ଧନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା  । ମନ୍ତ୍ରୀ ସ୍ୱାଇଁ ଓ ସାଂସଦ ତରାଇଙ୍କ ଦ୍ୱାରା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ୨୯ ଟି ପଂଚାୟତ ର ୮୧ ଟି ପ୍ରକଳ୍ପ କୁ ୩ କୋଟି ୬୦ ଲକ୍ଷ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ବ୍ଲକ ପଂଚାୟତ ସମ୍ପ୍ର ସାରଣ ଅଧିକାରୀ ବିଶ୍ୱ ଜିତ ମହାପାତ୍ର, କ୍ୟାସିୟର କୃତିବାସ ସାହୁ, ବଡ଼ ବାବୁ ପ୍ରଭାସ ରାଉତ ସମେତ ବ୍ଲକ କର୍ମଚାରୀ ପରିଚାଳନା କରିଥିଲେ  ।