ଗୋ-ମାଫିଆଙ୍କ ଆକ୍ରମଣରେ ଯୁବକଙ୍କ ମୃତୁ୍ୟ
ତିହିଡ଼ି : ଗୋ-ମାଫିଆଙ୍କ ଆକ୍ରମଣରେ ଶିକାର ହୋଇ ଚିକିତ୍ସାଧିନ ଯୁବକ ସନ୍ତୋଷ ପରିଡା(୪୦)ଙ୍କ ମୃତୁ୍ୟ ଘଟିଛି । ୧୩ ଦିନ ତଳେ ସେ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ ଏବଂ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଜୀବନ ସହ ସଂଗ୍ରାମ କରି ଆସୁଥିବା ବେଳେ ବୁଧବାର ତାଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ସନ୍ତୋଷଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଗୋ-ମାଫିଆଙ୍କ ଆକ୍ରମଣରେ ଶିକାର ହୋଇ ଗୁରୁତର ହେବାପରେ ପ୍ରଥମେ ଭଦ୍ରକ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଘଟଣାକୁ ନେଇ ତାଙ୍କର ଧର୍ମପତ୍ନୀ ତିହିଡି ଥାନାରେ ଅଭିଯୋଗ କରିଥିଲେ ଏବଂ ପୁଲିସ ଏକ ମାମଲା ରୁଜୁ କରି ପର୍ଯ୍ୟାୟକ୍ରମେ ୧୨ ଜଣଙ୍କୁ ଗିରଫ୍ କରିଛି ।