ମା' ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ: ଅମଲାପାଲି ବିଜୟୀ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଅମଲାପାଲିାରେ ଚାଲିଥିବା ମାଁ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଛି । ମୁଖ୍ୟଅତିଥି ଭାବେ ଅରେଡା ସରପଞ୍ଚ ପ୍ରତିମା ପୁଞ୍ଜି ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସେହିପରି ସମ୍ମାନିତଅତିଥି ଭାବେ ଭୁବନ ଆନନ୍ଦ ଟାହାଣି, ପୁରୁଷତମ ଷଣ୍ଡ, ସମାଜସେବୀ ନିଲାମ ପୁଞ୍ଜି ଯୋଗଦେଇଥିଲେ । ଫାଇନାଲ ମ୍ୟାଚ ଅମଲାପାଲି ଓ ଭଜପୁର ଦଳ ମଧ୍ୟରେ ଆୟୋଜିତ ହୋଇଥିଲା । ପ୍ରଥମେ ଅମଲାପାଲି ଦଳ ବ୍ୟାଟିଂକରି ୧୨ ଓଭରରେ ୧୩୬ ରନ ସଂଗ୍ରହ କରିଥିବା ବେଳେ, ଜବାବରେ ଭଜପୁର ଦଳ ନିର୍ଦ୍ଧାରିତ ୧୨ ଓଭରରେ ୧୧୨ରନ କରିଥିଲେ । ଚାମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ଓ ରନର୍ସଅପ୍ ଦଳକୁ ଟ୍ରଫି ସହ୨୦ ହଜାର ଟଙ୍କା ଦିଆଯାଇଥିଲା । ପ୍ରୟାଜ କଶ୍ୟପ ଓ ରୋମାଞ୍ଚଲ ଭୋଇ ଅମ୍ପାୟର ରହିଥିବା ବେଳେ, ଧାରା ବିବରଣୀ ଦେଇଥିଲେ ମାନସ ରଞ୍ଜନ ଓ ଅଭୟ ବାଗ ପିଣ୍ଟୁ ସିଂ ଓ ଗଙ୍ଗା ସାଗର । ଖେଳାଳି ବସନ୍ତ ପୁଞ୍ଜି, ସୁନାଧର ପୁଞ୍ଜି, ଉମାକାନ୍ତ ଦୀପ, ରୋହିତ ପୋଡ଼ ଉମେଶ ପୁଞ୍ଜି, ରତ୍ନାକର କାଣ୍ଡ, ନୀଳାଞ୍ଚଳ ପୋଡ଼, ଜନ୍ମଜୟ ପୁଞ୍ଜି, ସନ୍ତୋଷ କଟା ପରମୁଖ ଉପସ୍ଥିତ ଥିଲେ ।