ମାଲ ପରିବହନରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ରେକର୍ଡ

 ଜଟଣୀ: ଖୋର୍ଦ୍ଧାରୋଡ୍ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୩୦୦ ନିୟୁତ ଟନ୍ ମାଲ ପରିବହନ ପରିଚାଳନା କରି ଇତିହାସ ସୃଷ୍ଟି କରିଛି । ଏହା ଭାରତୀୟ ରେଳବାଇର ପ୍ରଥମ ଡିଭିଜନ ଯାହାକି ୩୦୦ ନିୟୁତ ଟନ୍ ମାଲ ପରିବହନରେ, (ଲୋଡିଂ ଏବଂ ଅନଲୋଡିଂ ଉଭୟ) ହାସଲ କରିଛି । ଏହି ସମୟ ମଧ୍ୟରେ, ମୋଟ ମାଲ ବୋଝେଇ ୧୬୧.୨ ମିଲିୟନ୍ ଟନ୍ ଏବଂ ମୋଟ ମାଲ ଖଲାସ ୧୩୯.୭୪ ମିଲିୟନ୍ ଟନ୍ ହୋଇଛି । ଭାରତୀୟ ରେଳବାଇର ଅନ୍ୟ କୌଣସି ଡିଭିଜନ ବର୍ତ୍ତମାନ ସୁଦ୍ଧା ୩୦୦ ମିଲିୟନ୍ ଟନ୍ ମାଲ ପରିବହନରେ ପହଞ୍ଚି ପାରି ନାହିଁ  । ଏହି ଉଲ୍ଲେଖନୀୟ ସଫଳତା ମଣ୍ଡଳର କାର୍ଯ୍ୟକ୍ଷମ ଉକôର୍ଷତା ଏବଂ ଦକ୍ଷ ମାଲ ପରିବହନ ପରିଚାଳନା ପାଇଁ ବିଭାଗର ନିରନ୍ତର ପ୍ରତିବଦ୍ଧତାକୁ ଆଲୋକପାତ କରେ । ଏହି ସଫଳତାର ମୁଖ୍ୟ ଯୋଗଦାନକାରୀମାନେ ହେଲେ ଖୋର୍ଦ୍ଧା ରୋଡ ମଣ୍ଡଳ ଅଧୀନରେ ଥିବା ପ୍ରମୁଖ ଲୋଡିଂ ଏବଂ ଅନଲୋଡିଂ ପଏଣ୍ଟ ଯଥା ତାଳଚେର, ପାରାଦୀପ, ଧାମରା, ମେରାମଣ୍ଡଳି, ଯଖପୁରା, ସୁକିନ୍ଦା, କେରଜଙ୍ଗ, ନୟାଗଡ଼ରେ ଲୁହାପଥର ଏବଂ ଗୋପାଳପୁର ବନ୍ଦରର ବିଭିନ୍ନ ଉତ୍ପାଦ  । ପ୍ରମୁଖ ଲୋଡିଂ ଏବଂ ଅନଲୋଡିଂ  ଦ୍ରବ୍ୟ ହେଉଛି କୋଇଲା, ଇସ୍ପାତ କାରଖାନା ପାଇଁ କଞ୍ଚାମାଲ, ଷ୍ଟିଲ, ଲୁହାପଥର, ସାର ଏବଂ ସିମେଣ୍ଟ, ଖାଦ୍ୟଶସ୍ୟ, ଖଣିଜ ତୈଳ ଇତ୍ୟାଦି । ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଏଚ ଏସ୍ୱ ବାଜୱାଙ୍କ ଦୃଢ଼ ନେତୃତ୍ୱରେ ଖୋର୍ଦ୍ଧାରୋଡ ମଣ୍ଡଳ ନିରନ୍ତର ଭାବରେ ଏହାର ପଣ୍ୟ ପରିବହନ କାର୍ଯ୍ୟରେ ଉକôୃଷ୍ଟ ପ୍ରଦର୍ଶନ କରୁଛି ।