ବୋମା ଫୁଟାଇ ୨ ଲକ୍ଷରୁ ଲୁଟ

 ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତରଗତ ସରେଇରେ ରାତି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ୱୁତ୍ତ ବୋମା ଫୁଟାଇ କର୍ମଚାରୀ ଙ୍କ ଠାରୁ ୨ଲକ୍ଷ୫ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗ ମୁତାବକ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତରଗତ ସରେଇ ଠାରେ ଥିବା ସ୍ୱୀକୃତିପ୍ରାପ୍ତ ସରକାରୀ ମଦ ଦୋକାନ ବନ୍ଦକରି କର୍ମଚାରୀ ଦିନେଶ ପ୍ରସାଦ ଓ ଅଶ୍ୱିନୀ କର ସ୍କୁଟିରେ ବିକ୍ରି ଟଙ୍କା ଧରି ସରେଇ ସ୍ଥିତ ମାଲିକଙ୍କ ଘରକୁ ଯାଉଥିଲେ  । ଘରଠାରୁ ୩୦୦ ମିଟର ଦୂର ସରେଇ ଆମ୍ବ ବଗିଚା ନିକଟରେ ୩ଜଣ ଦୁର୍ୱୁତ୍ତ ଗୋଟିଏ ବାଇକରେ ଆସି ସେମାନଙ୍କୁ ଅଟକାଇ ବୋମାମାଡ ସହ ଭୟଭୀତ କରି ୨ଲକ୍ଷ୫ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ  । ଖବର ପାଇ ମଦ ଦୋକାନ ମାଲିକ ବିଧୁଭୁଷଣ ପତି ଘଟଣାସ୍ଥଳରେ ପହଞ୍ଚି ଚମ୍ପୁଆ ପୁଲିସକୁ ଖବର ଦେଇଥିଲେ  । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ଛାନଭିନ ଆରମ୍ଭ କରିଛି  । ତେବେ ଗତକାଲିର ଏ ଘଟଣା ସାଧାରଣରେ ଭୟର ବାତାବରଣ ଖେଳାଇ ଦେଇଛି  ।