ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର 

ସୁକିନ୍ଦା : ଏହି ଥାନା ଅଞ୍ଚଳରୁ ନିଖୋଜ ଥିବା ଜନୈକା ମହିଳାଙ୍କ ମୃତଦେହ ବୋତଲଣ୍ଡା ପାଖ ନାଳରୁ ଉଦ୍ଧାର ହୋଇଛି ।  ଖବର ମତେ ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଗୋବିନ୍ଦ ପାତ୍ରଙ୍କ ପନôୀ ଦୁଲ୍ଲା (୭୦) ଗୁରୁବାର ଦିନ ଗ୍ରାମ ପାଖ ନାଳକୁ ଗାଧୋଇବା ପାଇଁ ଯାଇ ନିଖୋଜ ଥିଲେ । ଆଜି ବୋତଲଣ୍ଡା ନିକଟ ନାଳରେ ମୃତଦେହ ଭାସୁଥିବା ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମୃତ ଦେହ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଏସଆଇ କଳ୍ପଲତା ପ୍ରଧାନଙ୍କ ପକ୍ଷରୁ ସୁଚନା ମିଳିଛି ।