ମାଟ୍ରିକ୍ ବ୍ୟାଚ୍ର ୫୦ ବର୍ଷ ପୂର୍ତ୍ତିି ପାଳନ

 ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ଫକୀରପୁର ହାଇସ୍କୁଲରେ ଅଧ୍ୟୟନରତ ୧୯୭୫ ମସିହା ମାଟ୍ରିକ୍ ବ୍ୟାଚ୍ ଛାତ୍ରଙ୍କ ୫୦ବର୍ଷ ପୂର୍ତି ଓ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଛି । ସ୍କୁଲରେ ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସଂଯୋଜନାରେ ଅତିଥି ରୂପେ ସ୍କୁଲର ପୁରାତନ ଶିକ୍ଷକ ବା‚ାନିଧି ଶତପଥୀ, ଗୋବିନ୍ଦ ଚନ୍ଦ୍ର କର, ରମାକାନ୍ତ ବେହେରା ସ୍କୁଲ୍ର କର୍ମଚାରୀ ଶ୍ୟାମସୁନ୍ଦର ରାଉଳ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପୁରାତନ ଗୁରୁଜୀ ମାନଙ୍କ ଫଳକରେ ପୁଷ୍ପ ଓ ଅଙ୍ଗବସ୍ତ୍ର ଅର୍ପଣ ପୂର୍ବକ ଛାତ୍ରଛାତ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟାପକ ବୃନ୍ଦାବନ ଗୁଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ କୈଳାସଚନ୍ଦ୍ର ସେଠୀ ୫୦ବର୍ଷ ତଳେ ସେ ଛାତ୍ର ଥିବା ସମୟର ଅନୁଭୁତି ଓ ଗୁରୁଜୀ ମାନଙ୍କର ପାଠପଢ଼ା ଓ ସମୟାନୁ ବର୍ତିତା ଉପରେ କହିଥିଲେ । ପୁରାତନ ଛାତ୍ର ପବିତ୍ର ମୋହନ ମଲ୍ଲିକ ପ୍ରତିବର୍ଷ ଏମିତି ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । 
ସେହିପରି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼କ୍ତର ହରିହର ଦାସ ବୟସର ଅପରାହ୍ନରେ ସମସ୍ତ ଛାତ୍ର ଏକାଠି ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା "ସ୍ମୃତିଦର୍ପଣ-୨୦୨୫", ଉନ୍ମୋଚିତ ହୋଇଥିଲା । ଛାତ୍ର ଗଙ୍ଗାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପୂରାତନ ଛାତ୍ର ଗଙ୍ଗାଧର ଓଝା, ଅନନ୍ତ ଚରଣ ଚିନରା, କୈଳାସଚନ୍ଦ୍ର ପଣ୍ଡା, ଶ୍ରୀଧର ସାହୁ, କାମପାଳ ମହାନ୍ତି, ହରିହର ଜେନା, ହରିହର ସାହୁ, ନରେନ୍ଦ୍ର ମଲ୍ଲିକ୍, ନାରାୟଣ ମାଝୀ, ଅଭିନ୍ନ କୁମାର ପଟ୍ଟନାୟକ, ମହେନ୍ଦ୍ର କୁମାର ବେହେରା, ଶରତ ଚନ୍ଦ୍ର ଦାସ, ଶ୍ୟାମସୁନ୍ଦର ମହାନ୍ତି, ସୁବଳ ଚରଣ ପଟ୍ଟନାୟକ, ସତ୍ୟଭାମା କର, ବିଦୁ୍ୟତ୍ ଲତା ପଣ୍ଡା, ହରମୋହନ ପାଢ଼ୀ ଓ ସୁକାନ୍ତି ରାଉତ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।