କାର, ବାଇକ ଧକ୍କା, ଜଣେ ଗୁରୁତର
ପାପଡାହାଣ୍ଡି: ସୂର୍ଯପ୍ରଭା ମୈଦଲପୁର ଥାନା ୨୬ନଂ ଜାତୀୟ ରାଜପଥର ଖଡକାଘାଟିରେ ଆଜି ଅପରାହ୍ନ ଏକ କାର ଓ ବାଇକ ମଧ୍ୟରେ ଧକ୍କା ହୋଇ ବାଇକ ଚାଳକ ଗୁରୁତର ଆହତ ହୋଇଛି । ଆହତ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ବଡ଼ ପୋଡାଗୁଡା ଗ୍ରାମର ନବେଶ୍ୱର ଦୁର୍ଗା (୩୦) । ସୂଚନା ଅନୁସାରେ, କୋକସରା ଥାନା ଡେଙ୍ଗାଗୁଡାରୁ ଏକ କାର (ଙଊ ୦୮ଜ ୯୫୭୯)ଜୟପୁର ଆଡକୁ ଯାଉଥିବା ବେଳେ ମୈଦଲପୁର ଆଡରୁ ପୋଡାଗୁଡା ଯାଉଥିବା ଏକ ବାଇକ (ଙଊ ୦୮ଡ ୭୦୫୬) ଭାରଶ୍ୟାମ ହରାଇ କାରକୁ ପିଟିଥିଲା । ଫଳରେ ବାଇକ ଚାଳକ ନଭେଶ୍ୱର ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ଆହତ ଅବସ୍ଥାରେ ପଡିରହିଥିଲା । ଖବର ପାଇ ମୈଦଲପୁର ପୋଲିସ ପହଞ୍ଚô ଗାଡ଼ି ଦୁଇଟିକୁ ଜବତ କରି ୧୦୮ଯୋଗେ କୋକସରା ମେଡିକାଲକୁ ପଠାଇଥିଲା । ଏ ନେଇ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।