ବିଶ୍ୱ ନାଟ୍ୟ ଦିବସ ପାଳିତ

 ସମ୍ବଲପୁର: ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ସମନ୍ୱୟ ସମିତି  ନାଟ ନାଟୁଆ  ପକ୍ଷରୁ ବିଗତ ବର୍ଷ ପରି ଏହି ବର୍ଷ ମଧ୍ୟ ବିଶ୍ୱ ନାଟ୍ୟ ଦିବସ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ସାମ୍ବାଦିକ ଭବନରେ ଆୟୋଜିତ ଏହି ବିଶ୍ୱ ନାଟ୍ୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର, ର୍ନିେଶକ ଡ଼. ଦ୍ୱାରିକା ନାଥ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ, ବିଶିଷ୍ଟ ସାହିତ୍ତିକ ଡ଼. ଶ୍ୟାମ ଭୋଇ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସଭାରେ ନାଟନାଟୁଆର ଯୁଗ୍ମ ସଂଯୋଜକ ଅତିଶ ଶତପଥି ପ୍ରାରମ୍ଭିକ ସୂଚନା ଓ  ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରମୋଦ ମିଶ୍ରଙ୍କର ଗୀତ ରଚନା ଓ ସଂଗୀତ ସଂଯୋଜନା ରେ ନାଟକ ଉପରେ ପର୍ଯ୍ୟବେଶିତ ଗୀତ ପରିବେଷଣ କରାଯାଇଥିଲା  । ଏହି ବର୍ଷ ବିଶ୍ୱ ନାଟ୍ୟ ଦିବସରେ ଗ୍ରୀସ ଦେଶର ନାଟ୍ୟ ନିଦେ୍ର୍ଦଶକ ଥିଓଡୋରୋସ ଟେରଜୋ ପୋଲୋସ ଦେଇଥିବା ବାର୍ତ୍ତା ର ସମ୍ବଲପୁରୀ ଭାଷାନ୍ତର ବାର୍ତ୍ତାକୁ ବରିଷ୍ଠ ସାମ୍ବାଦିକ ସୁକାନ୍ତ କର ପାଠ କରିଥିଲେ । ଏହି ବିଶ୍ୱ ନାଟ୍ୟ ଦିବସ ଅବସରରେ ନାଟକ କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ନାଟ୍ୟକାର ତଥା ଗୀତିକବି ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ "ନାଟ୍ୟ ଭବଭୁତି ସମ୍ମାନ’ ଏବଂ  ରୂପକାର ପଦ୍ମଲୋଚନ ଚକ୍ରବର୍ତ୍ତୀଙ୍କୁ ନାଟନାଟୁଆ ସମ୍ମାନରେ ନାଟନାଟୁଆ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏଥିସହ ସୁକାନ୍ତ କରଙ୍କୁ ନିୟମିତ ଭାବରେ ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତାଙ୍କୁ ସମ୍ବଲପୁରୀ ଭାଷାରେ ଅନୁବାଦ ପାଇଁ ସମ୍ମାନିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଅଭିଷେକ ମିଶ୍ର ଓ ମାନସ ମିଶ୍ର କ୍ଷ ପଦ୍ମଶ୍ରୀ ବିନୋଦ ପଶାୟତଙ୍କର ଅସୁସ୍ଥତା କାରଣରୁ ତାଙ୍କର ପୁତ୍ରବଧୂ ମୋହିନୀ ପଶାୟତ । ନାତି କୌଶିକ ପଶାୟତ ନାଟ୍ୟ ଭବଭୁତି ସମ୍ମାନ ଗ୍ରହଣ କରିଥିଲେ । ଶେଷରେ ସଦସ୍ୟ ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।