ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ବ୍ୟାସନଗର : କିଛିଦିନ ଧରି ନିଖୋଜ ଥିବା ଯୁବକର ମୃତ ଦେହ ଏକ ପୋଖରୀରୁ ଉଦ୍ଧାର ହୋଇଛି । ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ କିଛିଦିନ ତଳେ କୋପଣ୍ଡ ଗାଁର ରଂଜନ ଦେହୁରୀ ନିଖୋଜ ଥିଲେ । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ପତା ମିଳିନଥିଲା । ତେବେ ଆଜି କିଛି ଗ୍ରାମବାସୀ ମୁଣ୍ଡମାଳ ସ୍ଥିତ ସାଇ ମନ୍ଦିର ଗଡିଆରେ ଗୋଟିଏ ମୃତ ଦେହ ଭାସୁଥିବା ଦେଖି ଯାଜପୁର ରୋଡ଼ ପୁଲିସକୁ ଖବର ଦେଇଥିଲେ । ଶବ ଉଦ୍ଧାର ପରେ ଏହା ନିଖୋଜ ଥିବା ରଞ୍ଜନର ବୋଲି ଜଣାପଡ଼ିଥିଲା । ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛଦ ପାଇଁପଠାଇଥିଲା ।