ସଂସ୍କୃତି ଭବନରେ ର୍ୟାମ୍ପ ନିର୍ମାଣ ଦାବି
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ଥେରାପୀ ସେବା ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନକୁ ସୁଗମ୍ୟ କରାଯିବା ଓ ଭିନ୍ନକ୍ଷମଙ୍କ ପାଇଁ ର୍ୟାମ୍ପ ତିଆରି କରିବାକୁ ଦାବି କରାଯାଇଛି । ଭିନ୍ନକ୍ଷମଙ୍କ ନିମନ୍ତେ ସୁଗମ୍ୟ ପ୍ରବେଶ ଅନୁକୂଳ କରାଇବା ପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମାନ୍ୟବର ସାଂସଦ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ ସହ ଦାବିପତ୍ର ପ୍ରଦାନ କରାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଆଇନ୍ର ୨୦୧୬ର ଧାରା ୪୪ ଅନୁଯାୟୀ ପ୍ରତ୍ୟେକଟି ସର୍ବସାଧାରଣ ଅନୁଷ୍ଠାନରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମନ୍ତେ ସମସ୍ତ ପ୍ରକାର ସୁଗମ୍ୟତା ବା ଆସ୍କେବଲ୍ ପ୍ରାବଧାନ ବାଧ୍ୟତାମୂଳକ ଅଟେ । ମାତ୍ର କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନରେ ଏହାର ବ୍ୟବସ୍ଥା କରାଯାଇନାହିଁ । ତୁରନ୍ତ ସେଠାରେ ଭିନ୍ନକ୍ଷମମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବାକୁ ଅନୁଷ୍ଠାନର ବଂଶୀଧର ମହାନ୍ତି, ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ପ୍ରସାଦ ଦାସ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।