ବିଶ୍ୱର କ୍ଷୁଦ୍ର ଦେଶ ସହ ଭାରତର ସମ୍ପର୍କ


ଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଛୋଟ ଦେଶଗୁଡିକୁ ଗସ୍ତ କରୁଛନ୍ତି ସେ ନେଇ ବିରୋଧୀ ଦଳ କଂଗ୍ରେସ ଏବଂ ଆପ୍୍ ପକ୍ଷରୁ ଗଣମାଧ୍ୟମ ମାଧ୍ୟମରେ ପ୍ରଶ୍ନ କରାଯାଉଛି । ଏପରିକି ପଞ୍ଜାବର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଲଢେଇରେ ମଇଦାନକୁ ଓହ୍ଲେଇପଡି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । କିନ୍ତୁ ବିଦେଶନୀତି ଦୃଷ୍ଟିରୁ ଦେଖିଲେ ସବୁ ଦେଶକୁ ଗୁରୁତ୍ୱ ଦେବାକଥା । କାରଣ ଜାତିସଂଘରେ ବଡ ଦେଶର ଏବଂ ଛୋଟ ଦେଶର ଭୋଟ ମୂଲ୍ୟ ସମାନ, ଭିନ୍ନ ନୁହେଁ । ସେଠାରେ ପ୍ରସ୍ତାବ ପାଇଁ ପ୍ରତି ଦେଶ ହାତରେ ଗୋଟିଏ ମାତ୍ର ଭୋଟ ରହିଛି । ଅପରପକ୍ଷେ ବିଶ୍ୱ ରାଜନୀତିରେ କୋ÷÷ଣସି ଦେଶ ନିଜର ବାଣିଜି୍ୟକ, ସାମରିକ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସାଧାରଣ କଥା । ଆମେରିକା ସାରା ବିଶ୍ୱରେ ଛୋଟ ଛୋଟ ଟାପୁକୁ ନିଜ ହାତକୁ ନେଇ ଏମିତି ୮୦ରୁ ଅଧିକ ସେନାଘାଟୀ ଛିଡା କରିଛି, ଯାହାକି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି । ଆମେରିକାର ପତିଆରା ବିଶ୍ୱରେ କାଏମ ରଖିବାକୁ ଏହିସବୁ ସେନଘାଟୀଗୁଡିକ ଦେଶର ସ୍ୱାର୍ଥକୁ ଦୃଷ୍ଟିରେରଖି କାର୍ଯ୍ୟ କରୁଛନ୍ତି । ଦେଶର ପରିବର୍ତ୍ତିତ ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ଏମାନେ ପ୍ରତିମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ପାଇଁ ସତତ ପ୍ରସ୍ତୁତ ହୋଇ ରହିଛନ୍ତି । ଠିକ୍ ସେହିପରି ଭାରତ ଆଗାମୀ ଦିନରେ ନିଜକୁ ଆଗଧାଡିର ରାଷ୍ଟ୍ରଗୁଡିକର ଶ୍ରେଣୀରେ ଶକ୍ତିଶାଳୀ ହୋଇ ଛିଡା ହେବାକୁ ପ୍ରୟାସ କରୁଥିବା ସମୟରେ ଛୋଟଛୋଟ ଦେଶଗୁଡିକ ସହ ସଂପର୍କରକ୍ଷା କରିିବା ଏବେ ଅନିର୍ବାର୍ଯ୍ୟ ହୋଇପଡିଛି । ଏ କଥା ମଧ୍ୟ ସତ ଯେ ବିଗତ ଦିନଗୁଡିକରେ କଂଗ୍ରେସ ଏବଂ ଅନ୍ୟ ଦଳଗୁଡିକର ଶାସନ ସମୟରେ ବିଦେଶନୀତି କ୍ଷେତ୍ରରେ ସୀମିତ ସଂପର୍କକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରାଯାଉଥିଲା  । ଯେଉଁଥିପାଇଁ ପୃଥିବୀର ଏମିତି ଅନେକ ରାଷ୍ଟ୍ର ରହିଛନ୍ତି ଯେଉଁଠିକୁ ଦଶନ୍ଧି ଦଶନ୍ଧି ଧରି କୋ÷÷ଣସି ଭାରତୀୟ ରାଷ୍ଟ୍ରମୁଖ୍ୟ ଗସ୍ତ କରି ପୂର୍ବରୁ ଗସ୍ତ କରିବାକୁ ·ହୁଁନଥିଲେ । କିନ୍ତୁ ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ଆସିବା ପରେ ସକ୍ରିୟ ବିଦେଶନୀତିକୁ ଜୋରଦେବା ଯୋଗୁ ପାଦପଡୁନଥିବା ଦେଶରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି କିମ୍ବା ଅନ୍ୟ ନେତୃବୃନ୍ଦ ଏବେ ଗସ୍ତ କରିବା ସମ୍ଭବ ହୋଇଛି । ଏହିସବୁ ଛୋଟ ଛୋଟ ରାଷ୍ଟ୍ରଗୁଡିକ ବିଶ୍ୱ ଆଲୋଚନାରେ ଭାରତର ପକ୍ଷ ନେବା ସହ ଭାରତର ଆଭିମୁଖ୍ୟକୁ ମଧ୍ୟ ଗ୍ରହଣ କରିଛନ୍ତି । ଅଳ୍ପ ଅଳ୍ପ ହେଲେ ମଧ୍ୟ ସେମାନେ ଭାରତୀୟ ବସ୍ତୁର ବ୍ୟବହାରକୁ ଗୁରୁତ୍ୱ ଦେବାଯୋଗୁ ଭାରତର ବିଦେଶକୁ ରପ୍ତାନି ଗତ ୧୧ ବର୍ଷରେ ବହୁ ପରିମାଣରେ ବୃଦ୍ଧି ପାଇଛି । ଏପରିକି ଯୁଦ୍ଧର ଘନଘଟା, ଆନ୍ତର୍ଜାତିକ କଟକଣା ବେଳେ ବଡ ରାଷ୍ଟ୍ରଗୁଡିକୁ ଯୋଗାଣ ବ୍ୟାହତ ହେବା ସମୟରେ ଏହିସବୁ ଛୋଟରାଷ୍ଟ୍ରର ବଜାର ଭାରତୀୟ ବସ୍ତୁଗୁଡିକୁ ଗ୍ରହଣ କରି ଭାରତର ରପ୍ତାନିକୁ ବୃଦ୍ଧି କରିବାରେ ଅନେକ କ୍ଷେତ୍ରରେ ସହାୟକ  ହୋଇଛି  । ନୂଆ ନୂଆ ଛୋଟ ଛୋଟ ବିଦେଶୀ ବଜାର ପାଇଁ ଭାରତର ବସ୍ତୁ ନିର୍ମାଣ ବୃଦ୍ଧି ପାଇଛି । ଅନେକ କ୍ଷେତ୍ରରେ ବଡଦେଶରୁ କଟକଣା ଯୋଗୁ ଫେରିଆସୁଥିବା ବସ୍ତୁକୁ ପାଖରେ ଥିବା ଛୋଟ ଦେଶଗୁଡିକୁ ଭାରତୀୟ କମ୍ପାନୀମାନେ ଯୋଗାଇ ବିଶ୍ୱର ବସ୍ତୁ ଯୋଗାଣକୁ ସ୍ଥିର ରଖିବାକୁ ପ୍ରଚେଷ୍ଟା କରୁଛନ୍ତି । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ଚରଣରେ  ଆଫ୍ରିକୀୟ ରାଷ୍ଟ୍ର ନାମିବିଆ ଗସ୍ତ କରିଥିଲେ  । ହୋସିଆ କୁଟାକୋ ବିମାନବନ୍ଦରରେ ଶ୍ରୀ ମୋଦି ପହଞ୍ଚôବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଦେଶମନ୍ତ୍ରୀ ସେଲମା ଏସିପାଲା -ମୁସାଭିୟୀ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବିମାନ ବନ୍ଦରଠାରେ ଉପସ୍ଥିିତ ରହିଥିଲେ । ସ୍ଥାନୀୟ ବାଦ୍ୟନୃତ୍ୟ ମଧ୍ୟରେ ମୋଦି କଳାକାରମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ଡ୍ରମ ବଜାଇଥିଲେ । ଦେଶର ରାଜଧାନୀ ୱିଣ୍ଢୋଏକଠାରେ ଶ୍ରୀମୋଦି ରାଷ୍ଟ୍ରପତି ନେତୁମ୍ବୋ ନନ୍ଦି -ନନ୍ଦାୟିତ୍ୱାଙ୍କୁ ସାକ୍ଷାତ କରିଥିଲେ । ଶକ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଡିଜିଟାଲ ଟେକ୍ନେଲୋଜୀ, ବିକାଶ ଆଦି କ୍ଷେତ୍ରରେ ସହଯୋଗ ନିମନ୍ତେ ଦୁଇଦେଶ ମଧ୍ୟରେ ସହମତି ହୋଇଥିଲା । ଏହାପରେ ସେଠାକାର ସଂସଦର ଏକ ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ଭାଷଣ ଦେଇଥିଲେ । ଭାରତର ସ୍ୱାଧୀନତା ପୂର୍ବରୁ ୧୯୪୬ରେ ନାମିବିଆର ସ୍ୱାଧୀନତା ସଂଗ୍ରାମ ·ଲିଥିଲାବେଳେ ଜାତିସଂଘରେ ଭାରତ ପକ୍ଷରୁ ସେ ବିଷୟକୁ ଉଠାଯାଇଥିଲା । ଉଭୟ ବିଦେଶୀ ଶାସନଦ୍ୱାରା ଆକ୍ରାନ୍ତ ହୋଇଥିବା ସମାନ ଦୁଇଟି ଦେଶ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନାମିିବିିଆ-ଭାରତର ସଂପର୍କକୁ ଉଲ୍ଲେଖ କରି କହିଥିଲେ ।  ଆଫ୍ରିକା ମହାଦେଶ ମଧ୍ୟରେ ଭାରତ ପାଇଁ ନାମିବିଆ ଏକ ବିଶ୍ୱସ୍ତ ବନ୍ଧୁରାଷ୍ଟ୍ର ବୋଲି ସେ ପ୍ରକାଶ କରିଥିଲେ । 
ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ନେତୁମ୍ବୋଙ୍କ ନିମନ୍ତ୍ରଣ କ୍ରମେ ନାମିବିଆ ରାଷ୍ଟ୍ର ଗସ୍ତରେ ଯାଇଥିଲେ । ପ୍ରଧାନମନ୍ତ୍ରୀ ନାମିବିଆର ପ୍ରସିଦ୍ଧ ନେତା ସାମ୍ ନିୟୋମାଙ୍କୁ ସ୍ମରଣ କରିବା ସହ କବି ମୁଲବା ୱା ନାଙ୍ଗୋଲାଙ୍କ କବିତା ପଙ୍କ୍ତି ଉଦ୍ଧୃତ କରି ଶୁଣାଇଥିଲେ । ଅତୀତ ଦିନରେ ନାମିବିଆରେ ଶାନ୍ତି ସ୍ଥାପନା ପାଇଁ ଭାରତର ଲେଫ୍ଟନାଣ୍ଟ ଜେନେରାଲ ଦିୱାନ ଚନ୍ଦ କିପରି ଜାତିସଂଘର ଶାନ୍ତିସେନାର ନେତୃତ୍ୱ ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ ତାହା ସେ  କହିଥିଲେ । ୨୦୩୦ ପାଇଁ ଯୋଜନାରଖି କାର୍ଯ୍ୟକରୁଥିବା ନାମିବିଆ ରାଷ୍ଟ୍ରର ବିକାଶ ସହ ଭାରତ ରହିଥିବା କଥା ସେ ଉଲ୍ଲେଖ କରିଥିଲେ । ଦେଶର ପ୍ରାୟ ୧୭୦୦ବ୍ୟକ୍ତି ଭାରତର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କଥା ସେ କହିଥିଲେ । ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ହିସାବରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ଗ୍ରହଣ କରିଥିବା ହେତୁ ସେ ନାମିବିଆକୁ ଶୁଭେଚ୍ଛା ଜଣାଇଥିଲେ । ଆରୋଗ୍ୟ ମୈତ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଆଫ୍ରିକାରେ ଭାରତ ଔଷଧ ପ୍ରଦାନ କରିଆସିଛି ତାହା ମଧ୍ୟ ସେ ଉଲ୍ଲେଖ କରିଥିଲେ । ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଚିତା ପ୍ରକଳ୍ପ ନିମନ୍ତେ ଭାରତକୁ ଚିତା ଯୋଗାଇ ସାହାଯ୍ୟ କରିଥିବା ହେତୁ ସେ ନାମିବିଆ ନିକଟରେ କୃତଜ୍ଞତା ଜଣାଇଥିଲେ । ସୋ÷÷ରମେଣ୍ଟ ଏବଂ ଜୈ÷ବିକ ଇନ୍ଧନ କାର୍ଯ୍ୟକ୍ରମରେ ଭାରତ ସହ ଆଫ୍ରିକୀୟ ରାଷ୍ଟ୍ରର ସହଯୋଗକୁ ସେ ପ୍ରଶଂସା କରିଥିଲେ । ଭାରତର ଜନଔଷଧୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ପରାମର୍ଶ ଦେଇଥିଲେ । କର୍କଟ ରୋଗର ଚିକିତ୍ସା ପାଇଁ ଭାରତ ସରକାର ମେସିନ ଯୋଗାଇ ଦେଇଥିବା କଥା ସେ କହିଥିଲେ । ଭାରତର ଆୟୁଷ୍ମାନ ମିଶନ ପରି କାର୍ଯ୍ୟକ୍ରମ ଗ୍ରହଣ କଲେ ଆଫ୍ରିକାର ଲୋକେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ସେ କହିଥିଲେ । ଗତ ୩୦ ବର୍ଷ ମଧ୍ୟରେ ଏହା ଥିଲା ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ନାମିବିଆରେ ୟୁରାନିୟମ, ତମ୍ବା, କୋବାଲଟ୍ ପରି ଅନେକ ମୂଲ୍ୟବାନ ଖଣିଜ ଦ୍ରବ୍ୟ ଥିବା ହେତୁ ଏହା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ରାଷ୍ଟ୍ର ୟୁରାନିୟମ ଅକ୍ସାଇଡ ଉତ୍ପାଦନ କ୍ଷେତ୍ରରେ ପୃଥିବୀରେ ୪ର୍ଥ ସ୍ଥାନରେ ରହିଛି । ଯାହାକି ଆଣବିକ କାରଖାନା ପାଇଁ ଇନ୍ଧନ ଯୋଗାଇଥାଏ । ବିଶ୍ୱରେ ସ୍ୱଚ୍ଛଶକ୍ତି ଦରକାର ହେଉଥିବା ସମୟରେ କୋବାଲଟ, ଲିଥିୟମ, ପରି ମୂଲ୍ୟବାନ ଖଣିଜ ସଂପଦର ଭଣ୍ଡାର ରହିଥିବା ହେତୁ ନାମିବିଆ ଭାରତକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିପାରିବ ।  ୨୦୨୩-୨୪ବର୍ଷରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜି୍ୟ ୮୧୪ ମିଲିଅନ ଡଲାର ହୋଇଛି । ସେହିପରି ଏହି ଦେଶରେ ଭାରତର ନିବେଶ ପ୍ରାୟ ୮୦୦ ମିଲିଅନ ଡଲାର ହେବ । ୱିଣ୍ଢୋଏକଠାରେ ଭାରତ ପକ୍ଷରୁ ନିର୍ମିତ ଏକ ଟେକ୍ନୋପାର୍କ ଗତବର୍ଷ ଭାରତର ବିଦେଶମନ୍ତ୍ରୀ ଜୟଶଙ୍କରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ସେତେବେଳେ ଦୁଇଦେଶ ମଧ୍ୟରେ ପ୍ରଥମ ମିଳିତ କମିଶନ ବୈ÷ଠକ ଅନୁଷ୍ଠିତ ହୋଇଥିଲା । ଏହାଛଡା ନାମିବିଆରେ ପ୍ରାୟ ୮୦ବିଲିଅନ କାରାଟର ସାମୁଦ୍ରିକ ହୀରା ଗଚ୍ଛିତ ରହିଥିବାର ଆକଳନ ହୋଇଛି । ଭାରତର ଅନେକ ହୀରାକମ୍ପାନୀ ୱିଣ୍ଢୋଏକରେ କାର୍ଯ୍ୟ କରୁଛନ୍ତି ।  ସୁରକ୍ଷା, ପ୍ରତିରକ୍ଷା, କୃଷି ଆଦି କ୍ଷେତ୍ରରେ ଭାରତ ନାମିବିିଆ ସହ କାର୍ଯ୍ୟ କରିବ । ନାମିବିଆ ରାଷ୍ଟ୍ରପତି ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଯୋଗୁ ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ସଂପର୍କ ସୁଦୃଢ ହେବା ଆଶା କରାଯାଏ । 
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩