ନିଟ ପରୀକ୍ଷାରେ ଜୟନ୍ତଙ୍କ କୃତିତ୍ୱ

 ଚମ୍ପୁଆ : ସର୍ବଭାରତୀୟ ନିଟ ପରିକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଚମ୍ପୁଆ ଅଞ୍ଚଳର ଜୟନ୍ତ ପ୍ରଧାନ ୧୬୩୭୦ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଜଣେ ମେଧାବି ଛାତ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଜୟନ୍ତ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ  ଆଦର୍ଶ ବିଦ୍ୟାଳୟ ଚମ୍ପୁଆରେ ୬ଷ୍ଠ ରୁ ଯୁକ୍ତ ୨ ପର୍ଯ୍ୟନ୍ତ ଅଧ୍ୟୟନ ପରେ ଡାକ୍ତର ହେବା ପାଇଁ ଚେଷ୍ଟା ଜାରି ରଖିଥିଲେ । ୨ ବର୍ଷ ଭୁବନେଶ୍ୱର ଠାରେ କୋଚିଙ୍ଗ ପରେ ଚଳିତ ବର୍ଷ ସେ ସଫଳ ହୋଇଛନ୍ତି । ଏହି ସଫଳତାର ଶ୍ରେୟ ନିଜ ପିତା ରୂପଚାନ୍ଦ ପ୍ରଧାନ ଓ ମାତା ସୁବାଶିନି ପ୍ରଧାନଙ୍କୁ ପ୍ରଦାନ କରିବା ସହ ଭବିଷ୍ୟତରେ ଡାକ୍ତର ଭାବରେ ସେବା କରିବେ ବୋଲି ସୂଚନା ଦେଇଛନ୍ତି ।