ଗାଁ ବୁଲିଲେ ଜିଲାପାଳ


ଦଶରଥପୁର: ଜିଲାପାଳ ପି ଅନ୍ୱେଷା ରେଡ୍ଡୀ ଆଜି ଦଶରଥପୁର ବ୍ଲକ ଗସ୍ତରେ ଆସି ଝାଡ଼ା, ବାନ୍ତି ସ୍ଥିତି ସମୀକ୍ଷା କରିଥିଲେ । ବ୍ଲକର ଥାଲକୁଡି ପଞ୍ଚାୟତର କସବା ଗାଁ ବୁଲିଥିଲେ । ଲୋକମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କ'ଣ ପଦକ୍ଷେପ ନିଆଯାଇଛି ପଚାରି ବୁଝିଥିଲେ । କୂଅ, ପୋଖରୀ ବିଶୋଧନ, ଘରେ ଘରେ ହେଲୋଜିନ ଟାବଲେଟ, ଓଆରଏସ ଓ ଆବଶ୍ୟକ ସମସ୍ତ ଔଷଧ ପହଁଚିବା ସୁନିଶ୍ଚିନ୍ତିତ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଡିଓ ଆକାଶ ପଟ୍ଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ରାସ୍ବିହାରୀ ଜେନା,  ତହସିଲ କର୍ମଚାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, କର୍ମଚାରୀ, ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ବନିତା ଦାଶ, ଆରଆଇ ସଂଗ୍ରାମ ନାୟକ ଓ ନିର୍ବାଚିତ ଜନପ୍ରତିନିଧି ଜିଲାପାଳଙ୍କ ସହ ବୁଲିଥିଲେ ।