ଶ୍ରୀରାମଚରିତ ମାନସ ପାରାୟଣର ଶୁଭାରମ୍ଭ 

ଶ୍ରୀରାମଚରିତ ମାନସ ପାରାୟଣର ଶୁଭାରମ୍ଭ 


 କେନ୍ଦ୍ରାପଡ଼ା : ଗରାପୁରସ୍ଥିତ ବାବା ବୈକୁଣ୍ଠ ବ୍ରହ୍ମଚାରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀମହାବୀର ହନୁମାନ ଆଶ୍ରମରେ ଶ୍ରୀରାମଚରିତ ମାନସ ପରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ମନ୍ଦିର ପରିଚାଳନା କମିଟିର ସଭାପତି ବୈଷ୍ଣବ ପଦରଜ ଭିକ୍ଷୁ ବାବାଜୀ ଚେତନାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ଉଦ୍ଘାଟନ ସନ୍ଧ୍ୟାରେ ମଙ୍ଗଳା ଚରଣ, ବନ୍ଦନା, ନାମ ମହାତ୍ମ୍ୟ ଓ ଶିବପାର୍ବତୀ ସମ୍ବାଦ ପ୍ରସଙ୍ଗ ପ୍ରବଚନ ଜ୍ଞାନଯଜ୍ଞ ପ୍ରଦାନ କରିଥିଲେ ପୂଜ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ । ଉକ୍ତ କାର୍ଯ୍ୟକ୍ରମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଶୁଭ ଜନ୍ମ ମହୋସôବ ଶ୍ରୀରାମ ନବମୀ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନିମ୍ନ କାର୍ଯ୍ୟସୂଚୀ ଅନୁସାରେ ପୂଜ୍ୟ ପ୍ରବକ୍ତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଦିବସ ୧୦ ତାରିଖରେ ପୂଜ୍ୟ ପ୍ରବକ୍ତା ଅନ୍ତର୍ଯ୍ୟାମୀ ବରାଳ, ୧୨ ତାରିଖରେ ବାବାଜୀ ସତ୍ୟାନନ୍ଦ ଦାସ, ୧୪ ତାରିଖରେ ଅମୃତାନନ୍ଦ ଦାସ, ୧୫ ତାରିଖରେ ପୂଜ୍ୟ ବାବାଜୀ ପୁରୁଷୋଉତ୍ତମ ଦାସ, ୧୭ ତାରିଖରେ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ଓ କୁନି ପ୍ରବଚକ କେଶବ(ମଧ୍ୟାହ୍ନ) ପୂଜ୍ୟ ବାବାଜୀ ପୁରୁଷୋତ୍ତମ ଦାସ(ସନ୍ଧ୍ୟା)ରେ । ୧୪ ତାରିଖ ରବିବାର ପବିତ୍ର ମହାବିଷୁବ ସଂକ୍ରାନ୍ତି ତିଥିରେ ବୀର ହନୁମାନଙ୍କର ପବିତ୍ର ଜନ୍ମୋସôବ ପାଳନ କରାଯିବ । ଉକ୍ତ ପାରମାର୍ଥôକ ସତ୍ସଙ୍ଗ ଅନୁଷ୍ଠାନରେ ସମସ୍ତ ରାମପ୍ରେମୀମାନେ ଯୋଗଦାନ କରିବା ପାଇଁ ଅନ୍ତେବାସୀ ସନ୍ନ୍ୟାସୀ ବାବାଜୀ ଶ୍ରଦ୍ଧାନନ୍ଦ ଦାସ ଓ ଅନ୍ୟମାନେ ନିବେଦନ କରିଛନ୍ତି ।