ସୁବାସ ଟିଭିଏସର ଇଭି ସୋରୁମ ଲୋକାର୍ପିତ

 ବ୍ୟାସନଗର: ଯାଜପୁର ଜିଲାର ଦୁଇଚକିଆ ଟିଭିଏସ୍ କମ୍ପାନୀର ଅଧକୃତ ବିକ୍ରେତା ସୁବାସ ଟିଭିଏସ୍ରେ ଇଭି ସୋରୁମ ଲୋକାର୍ପିତ ହୋଇଯାଇଛି । କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ କରକମଳରେ ଲୋକାର୍ପିତ ହୋଇଥିବା ବେଳେ ସୁବାସ ଟିଭିଏସ୍ର ଏମଡି ସୋଭାଗ୍ୟ ପଟ୍ଟନାୟକ, କମ୍ପାନୀର ଏଏସଏମ ଶୁଭୋଦିପ ଗାଙ୍ଗୁଲୀ, ଟିଏସଏମ ସାନ୍ତନୁ କୁମାର ସାହୁ, ନେଟୱାର୍କ ଡେଭଲପମେଂଟ ମାନେଜର ତରୁଣ ମହାନ୍ତି, ଟିଏମ ସେଲସ୍ ବାରବି ବୈଶ୍ୟ ଓ ଏରିଆ ମ୍ୟାନେଜର ସତୀଶ କୁମାର ପ୍ରମୂଖ ଉପସ୍ଥିତ ରହିଥିଲେ । ଦିର୍ଘ ୨୨ବର୍ଷ ଧରି ଦୁଇଚକିଆ ଯାନରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେଇ ଲୋକଙ୍କ ଆସ୍ଥାଭାଜନ ହୋଇଥିବା ସୁବାସ ଟିଭିଏସ୍ ଆଉ ଏକ ପାଦ ଆଗକୁ ବଢିଛି । ଦୁଇଚକିଆ ଟିଭିଏସ ଇଭି ଯାନ ବହୁ ପୂର୍ବରୁ ଲୋକଙ୍କ ଦ୍ୱାରା ଆଦୃତ ହୋଇସାରି ଥିବା ବେଳେ ଗ୍ରାହକ ମାନଙ୍କ ପାଇଁ ଅଧିକରୁ ଅଧିକ ସୁବିଧା ପାଇଁ ଯେପରିକି ସ୍ୱତନ୍ତ୍ର ଭାବେ ଗାଡି କିଣିବା ଠାରୁ ସର୍ଭିସ୍ ପର୍ଯ୍ୟନ୍ତ ସୁଗମ ହୋଇପାରିବା ଲକ୍ଷ୍ୟରେ ଏହି ଇଭି ଶୋରୁମକୁ ଲୋକାର୍ପିତ କରାଯାଇଛି ବୋଲି ସୁବାସ ଟିଭିଏସର ଏମଡି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ।