ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ଅଧକ୍ଷ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ବିବରଣୀ ପାଠ କରିଥିଲେ । ଏଥିରେ କାଉନସିଲର ପ୍ରଶାନ୍ତ ବାରିକ, ଗୋପୀବଲ୍ଲଭ ନାୟକ, ରୀନାରାଣୀ ମଲିକ, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ଲାସ୍ୟମୟୀ ସାହୁ, ମୃତ୍ୟୁଞ୍ଜୟ ପାଢ଼ୀ, ସାନିଆ ପରମିନ ସାହେବା, ସୁଧାମୟ ମଲିକ, ମଧୁସ୍ମିତା ମଲିକ ଝରଣା ବେହେରା, ସୁବାଷ ମଲିକ, ପ୍ରିୟଙ୍କା ସେଠୀ, ମଳୟ ଓଝା ବିଦ୍ୟାଧର ସେଠୀ, ଶ୍ରୀମତୀ ମଲିକ, ସମ୍ରାଟ ଜେନା, ବନିତା ମଲିକ ପ୍ରମୁଖ ଯୋଗ ଦେଇ ନିଜ ନିଜ ୱାର୍ଡ ସମସ୍ୟା ଉତ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ଆବାସ, ପ୍ରତି ୱାର୍ଡରେ ଜଳନିଷ୍କାସନ ସମସ୍ୟା ଦୂର ପାଇଁ ଡ୍ରେନ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଅର୍ଥ ମଞ୍ଜୁର ପାଇଁ ସୁପାରିଶ କରିବା, ସହର ଉଠାଦୋକାନୀଙ୍କ ଥଇଥାନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତାବିତ ମାର୍କେଟ କମ୍ପେକ୍ସ ନିର୍ମାଣ ପାଇଁ ସରକାରୀ ଅର୍ଥ ମଞ୍ଜୁର ପାଇଁ ସୁପାରିଶ କରିବା, ଭେଜଟେବୁଲ ପାର୍କ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍ତାଆଲୋକୀକରଣ ନୂତନ ବାଇପାସ ଠାରୁ ଶୁଖୁଆ ବସ୍ତି ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ କେନାଲ କଡ଼ରେ ଥିବା ଜବର ଦଖଲ ଉଛେଦ ଉପରେ ଆଲୋଚନା କରାଯାଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଚଳିତ ବର୍ଷ ପାଇଁ ବଜେଟ ପ୍ରସ୍ତାବ ଆଗତ କରାଯାଇ ଗୃହୀତ କରାଯାଇଥିଲା । ଏହି ବୈଠକରେ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସହ ନିର୍ବାହୀଯନ୍ତ୍ରୀ କୃପାସିନ୍ଧୁ ଧଳ, ପୌର ପରିଷଦର ଡେପୁଟି ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର, କନିଷ୍ଠ ଯନ୍ତ୍ରୀ ସୁଶୀଲ ବେହେରା, ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ସୁଦାମ ସାହୁ, ବିଦ୍ୟୁତଯନ୍ତ୍ରୀ ସୂର୍ଯ୍ୟକାନ୍ତ ପାଢ଼ୀ । ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଶେଷରେ ଉପାଧକ୍ଷା ଅନୁପ୍ରିୟା ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରୋଜ ପଣ୍ଡା, ପ୍ରଫୁଲ୍ଲ ଦାଶ, ବିଜୟ ସ୍ୱାଇଁ, ଅରବିନ୍ଦ ପରିଡା, ତପସ୍ୱିନୀ ଦାଶ, ମନୋରଞ୍ଜନ ଦାଶ, ଗଙ୍ଗାଧର ଦାସ ପ୍ରମୁଖ ପରିଚାଳନା କରିଥିଲେ ।