ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ବିଜେପି ମଣ୍ଡଳ ସଭାପତି 

ଭଣ୍ଡାରିପୋଖରୀ:  ଭାରତୀୟ ଜନତା ପାର୍ଟିର ବିଭିନ୍ନ ମଣ୍ଡଳ ସଭାପତିଙ୍କ ନାମ ଘୋଷିତ ହୋଇଛି । ଦଳର ଜିଲ୍ଲା ନିର୍ବାଚନ ଅଧିକାରୀ ଆଶୁତୋଷ ପରିଡା ଏହି ଘୋଷଣା କରିଛନ୍ତି । ଭଣ୍ଡାରିପୋଖରୀ ବ୍ଲକ୍ର ୩ଟି ମଣ୍ଡଳ ମଧ୍ୟରୁ ମା ସୁବର୍ଣ୍ଣମୁଖି ମଣ୍ଡଳ ସଭାପତି ଭାବେ ପୂର୍ବତନ ସମିତି ସଭ୍ୟ ପ୍ରଣବ ରାଉତ ନିର୍ବାଚିତ ହୋଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଭାବେ ତରଣୀସେନ ଜେନା ଓ ବଳଦେବଜୀଉ ମଣ୍ଡଳ ସଭାପତି ଭାବେ ସରପଞ୍ଚ ରଞ୍ଜନ ପରିଡା ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନ୍ତ ବ୍ଲକର ୩ଟି ମଣ୍ଡଳ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି । ବନ୍ତ ମଣ୍ଡଳ ସଭାପତି ଭାବେ ସନ୍ତୋଷ ନାୟକ, ଡ. ମହତାବ ମଣ୍ଡଳ ସଭାପତି ଭାବେ ଅମୂଲ୍ୟ ରତ୍ନ ନନ୍ଦ ନିର୍ବାଚିତ ହୋଇଛନ୍ତି । ଦଳର ଚଳିତ ସାଙ୍ଗଠନିକ ନିର୍ବାଚନ ପାଇଁ ମଣ୍ଡଳ ସଭାପତିଙ୍କ ସର୍ବୋଚ୍ଚ ବୟସ ସୀମା ୪୫ ବର୍ଷ ମଧ୍ୟରେ ସୀମିତ ରଖାଯାଇଥିଲା । ପ୍ରତ୍ୟେକ ମଣ୍ଡଳ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ । ଔପଚାରିକତା ଦୃଷ୍ଟିରୁ ସଭାପତିଙ୍କ ନାମରେ ମୋହର ବାଜିଛି । ଫଟୋ-ମଣ୍ଡଳ ସଭାପତି ।