ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ

 ଜଗତସିଂହପୁର: ବାଲିକୁଦା ବ୍ଲକ୍ ପଞ୍ଚାୟତରେ ନିଯୁକ୍ତି ଯନ୍ତ୍ରୀଙ୍କର ମନମୁଖୀ କାର୍ଯ୍ୟକୁ ନେଇ ସର୍ବସାଧାରଣରେ ଅଭିଯୋଗ ହେଉଛି । ସରକାର ବଦଳିଛି ସତ, ଅଧିକାରୀଙ୍କ ମାନସିକ ବଦଳିନି । ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ବ୍ରାହୁଣ୍ଡି ଗ୍ରାମର ୮ ନମ୍ବର ୱାର୍ଡର ନିମ୍ନମାନର ରାସ୍ତା କାମକୁ ନେଇ ଉଠୁଛି ପ୍ରଶ୍ନ । ଏହି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ ଜୟନ୍ତ କୁମାର ସେଠୀ ରହିଛନ୍ତି । କାର୍ଯ୍ୟ ସ୍ଥଳକୁ ଆସୁନଥିବା ଗ୍ରାମବାସୀ ଅଭିଯୋଗ ଉଠାଉଛନ୍ତି । ଯନ୍ତ୍ରୀ ଶ୍ରୀଯୁକ୍ତ ସେଠି ନିଜ ମନ ମୁତାବକ ବ୍ଲକ ଆସନ୍ତି ଓ ଜାନ୍ତି କାର୍ଯ୍ୟସ୍ଥଳରେ ଦେଖା ନଥାନ୍ତି ବୋଲି ଅଭିଯୋଗ ହେଉଛି । ଯଦି କେହି ଫୋନ କରୁଛନ୍ତ ମେଡିକାଲ କେଶରେ ଅଛିବୋଲି କହୁଛନ୍ତି ।  ଅନନ୍ତପୁର ପଞ୍ଚାୟତ ର ସରପଞ୍ଚ ହେଉଛନ୍ତି କବିତା ପଲେଇ  କିନ୍ତୁ ବାସ୍ତବ ରେ ପଞ୍ଚାୟତର ସମସ୍ତ କଥା ବୁଝନ୍ତି ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ପଲେଇ । ସରପଞ୍ଚଙ୍କ ସ୍ୱାମୀ ଶ୍ରୀଯୁକ୍ତ ପଲେଇ ମନହେଲେ କାମ କରନ୍ତି ମନହେଲେ କାମ ବିକନ୍ତି ବୋଲି ଚର୍ଚ୍ଚା ହେଉଛି । ଅନନ୍ତପୁର ପଞ୍ଚାୟତରେ ବ୍ରାହ୍ମୁଣ୍ଡୀ ଗ୍ରାମ ର ୮ ନମ୍ବର ୱାର୍ଡକୁ ୨ଲକ୍ଷ ଟଙ୍କା ଅଟକଳରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ କାମ ଟିଏ ଆସିଥିଲା । ଯେଉଁ କାର୍ଯ୍ୟର ନାମ ସନ୍ତୋଷ କାଣ୍ଡି ଘର ଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ । ଏହି କାମଟି କାର୍ଯ୍ୟନିର୍ବାହୀ ଅଧିକାରୀ ହେଉଛନ୍ତି ପଞ୍ଚାୟତ ର ପି ଓ  ତପନ କୁମାର ସାହୁ । ଏହି କଂକ୍ରିଟ ରାସ୍ତାଟି ଅତ୍ୟନ୍ତ ନିମ୍ନ ହେଉଥିବାବେଳେ ଯନ୍ତ୍ରୀଙ୍କ ଅନୁପସ୍ଥିତ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି ଯାହାକୁ ନେଇ ବାଲିକୁଦା ଅଞ୍ଚଳରେ ଆଲୋଚନା ହେଉଛି । କାର୍ଯ୍ୟସ୍ଥଳରେ ନା ଯନ୍ତ୍ରୀ ରହୁଛନ୍ତି ନା ୱାର୍କସରକାର ରହୁଛନ୍ତି । ଠିକାଦାର ନିଜ ମନମାନୀ ଅନୁସାରେ କାର୍ଯ୍ୟ କରିଚାଲିଛି କ୍ଷ ଏ ସମ୍ପର୍କରେ ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶ ମହାନ୍ତିଙ୍କୁ ପଚାରିବାରୁ କହିଥିଲେ ବାଲିକୁଦା ବ୍ଲକ୍ ୩୦ ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବାବେଳେ, ଯନ୍ତ୍ରୀ ମାତ୍ର ୭ ସମସ୍ତ କାର୍ଯ୍ୟରେ ଯନ୍ତ୍ରୀଙ୍କ ଉପସ୍ଥିତ ରହିବା ଅସମ୍ଭବ ଓ କାମ କୁ ଆମେ କ୍ୱାଲିଟି କଣ୍ଟ୍ରୋଲକୁ ଆଣି ଦେଖିବୁ ବୋଲି ପ୍ରତିକ୍ରିୟା ପ୍ରଦାନ କରିଥିଲେ । ଯନ୍ତ୍ରୀ ଶ୍ରୀଯୁକ୍ତ ସେଠିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇନଥିଲେ ।