ଚାଷୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ
ଧାମନଗର: ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତଫାପୁର ପଂଚାୟତର ଦୋବଲ ହାଟ ଠାରେ ବ୍ଲକ କୃଷି ବିଭାଗ ପକ୍ଷରୁ ଧାନ ଚାଷର ପରବର୍ତ୍ତୀ ସମୟରେ ଡାଲି ଜାତୀୟ ଫସଲ ଚାଷ ପାଇଁ ଚାଷୀକୁ ସଚେତନ କରାଯାଇଥିଲା । ଚାଷୀ କିପରି ଉନ୍ନତ ମାନର ଚାଷ କରିପାରିବ ସେ ଦିଗରେ ଉପସ୍ଥିତ ଚାଷୀଙ୍କୁ ସଚେତନତା କରାଯାଇଥିଲା । ଏଥିରେ କୃଷି ଅଧିକାରିଣୀ ଅନୁରାଧାପଣ୍ଡା, ସହ କୃଷୀ ଅଧିକାରୀ ଦେବାଶିଷ ତ୍ରିପାଠୀ, ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଏଡିଆଇର ବ୍ଲକ ସଂଯୋଜକ ଶୁଶାନ୍ତ ଲେଙ୍କା ପ୍ରମୁଖ ଯୋଗ ଦେଇ କୃଷକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଇଥିଲେ । କ୍ଲଷ୍ଟର ସଂଯୋଜକ ନିରାକାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।