ଶିକ୍ଷା କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡପୋଖରୀ ୟୁପି ସ୍କୁଲର ଶିକ୍ଷାକର୍ମଚାରୀ ବିଶ୍ୱନାଥ ସାହୁଙ୍କୁ ବୁଧବାର ଦିନ ସେବାନିବୃତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରାକ୍ତନ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ ଗଦାଧର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଖଇରା ମଣ୍ଡଳ ଅଲୋଷ୍ଟାର ସଭାପତି ପ୍ରଫୁଲ୍ଲ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଟିକିରାଣି ସେଠୀ, ଶତ୍ରୁଘ୍ନ ଦାସ, ଭରତ ଚନ୍ଦ୍ର ଦାସ, ଯୋଗେନ୍ଦ୍ର ମହାକୁଡ, ଶଙ୍କର୍ଷଣ ଜେନା, ଶରତ କୁମାର ଜେନା, ସୁଦର୍ଶନ ସେଠୀ, ବିଶ୍ୱାନାଥ ଧିନ୍ଦା, ଲମ୍ବୋଦର ଦାସ, ସନ୍ତୋଷ ଦକ୍ଷିଣରାୟ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଚୁଡାନ୍ତ ପେନସନ କାଗଜ ପ୍ରଦାନ ପରେ ପ୍ରଧାନଶିକ୍ଷକ ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।