ନିର୍ବାଚନ ପୂର୍ବରୁ ହ୍ୱାଇଟ ସ୍ପାଇଡର ସଫଳତା


ଭୁବନେଶ୍ୱର, ୧୪ା୫ : ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାର ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଅଛି । ଏହି ନିଶା କାରବାର କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଥାନା ସ୍ତରରେ ପ୍ରୟାସ କରାଯାଇଥିବା ବେଳେ ସ୍ୱତନ୍ତ୍ର ରୂପେ ଗଠିତ ଅପରେସନ ହ୍ୱାଇଟ୍ ସ୍ପାଇଡର, ପିଓପିଡ଼ି, ଏବଂ ଟିମ-୬୦ ମଧ୍ୟ ଏହି କାରବାର ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଗତ ୨୦୨୧ ମସିହା ଅଗଷ୍ଟ ମାସରୁ ଆରମ୍ଭ କରାଯାଇଥିବା ""ଅପରେସନ ହ୍ୱାଇଟ୍ ସ୍ପାଇଡର'' ମାଧ୍ୟମରେ ଗତବର୍ଷ ୨୦୨୪ ମସିହା ସୂଚନାଯୋଗ୍ୟଯେ, ଗତ ୨୦୨୧ ମସିହା ଅଗଷ୍ଟ ମାସରୁ ଆରମ୍ଭ କରାଯାଇଥିବା ଅପରେସନ ହ୍ୱାଇଟ୍ ସ୍ପାଇଡର ମାଧ୍ୟମରେ ଗତ ବର୍ଷ-୨୦୨୪ ମସିହା ଜାନୁୟାରୀ ମାସରୁ ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ୪୬ ଗୋଟି ବେଆଇନ୍ ବ୍ରାଉନସୁଗାର କାରବାର ଜନିତ ମାମଲାରେ ୮୦ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ, ମୋଟ ୨୦ଟି ବିକ୍ରି ବ୍ରାଉନସୁଗାର ଜନିତ ମାମଲା ରୁଜୁ କରାଯାଇ ମୋଟ ୩୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ନିକଟରୁ ୩୫୨ ଗ୍ରାମ ୮୪୦ ମିଲିଗ୍ରାମ ବ୍ରାଉନସୁଗାର, ୩,୫୦,୧୬୫ ଟଙ୍କା, ୧୧ଟି ମୋବାଇଲ ଫୋନ୍, ୧୩ଟି ବାଇକ ଓ ୩ଟି କାର ଜବତ କରାଯାଇଅଛି । ସେହିପରି ଗତ ବର୍ଷ ମୋଟ ୨୫ଟି ବେଆଇନ୍ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୪୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ସମୁଦାୟ ୨୯୭ କିଲୋଗ୍ରାମ ୭୨୦ ଗ୍ରାମ ଗଞ୍ଜେଇ, ୭୫,୦୮୦ ଟଙ୍କା, ୧୨ଟି ମୋବାଇଲ, ୯ଟି ବାଇକ ଓ ୩ଟି କାର, ସେହିପରି ୧୬୮ ଲିଟର ନକଲି କଫ ଶିରପ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।