ଗୋଶାଳାରୁ ଗୋରୁ ଚୋରି ; ୩ ଜଣଙ୍କୁ ଧରିଲେ ଲୋକେ

ଗୋଶାଳାରୁ ଗୋରୁ ଚୋରି ; ୩ ଜଣଙ୍କୁ ଧରିଲେ ଲୋକେ

  • ଭୁବନେଶ୍ୱର, ୧୭ା୮ : ଗୋଶାଳାରୁ ଗୋରୁ ଓ ବାଛୁରୀ ଚୋରି କରି କାରରେ ନେବାବେଳେ ୩ ଜଣ ଗୋ ଚାଲାଣକାରୀଙ୍କୁ ଧରିଲେ ଲୋକେ । ପରେ ସେମାନଙ୍କୁ ତମାଣ୍ଡୋ ଥାନାରେ ଜିମ୍ମା ଦେବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, ପୁରୀ ଜିଲ୍ଲା ବଳଙ୍ଗାର ଆୟନ ସାହା, ଦୀପକ ବେହେରା ଓ ଚନ୍ଦକା ମୁସଲିମ ସାହିର ଆସରଫ୍ ଅଲ୍ଲୀ ।
    ସୂଚନା ଯୋଗ୍ୟଯେ, ଗତ ୧୩ ତାରିଖ ବିଳମ୍ବିତ ରାତିରେ ନିମ୍ନୋକ୍ତ ଅଭିଯୁକ୍ତମାନେ ରେତଙ୍ଗା ଗ୍ରାମ ରୋଡ ସ୍ଥିତ ଏକ ଗୋଶାଳାରୁ ଏକ ଗୋରୁ ଓ ଏକ ବାଛୁରୀକୁ ଚୋରି କରି ଏକ ଜାଇଲୋ କାରରେ ପୁରାଇ ନେଉଥିଲେ । ଏତିକି ବେଳେ କିଛି ଗୋ ସେବକ ମାନେ ତମାଣ୍ଡୋ ପୁଲିସକୁ କଲ କରି ପୁଲିସ ସହାୟତାରେ ଚୋରି ଗାଡିକୁ ଗୋଡାଇ ପାତ୍ରପଡ଼ା ନିକଟରେ କାବୁ କରିଥିଲେ । କାର ଭିତରୁ ୨ଟି ଗୋରୁଙ୍କୁ ଉଦ୍ଧାର କରାଯିବା ସହ ୩ ଜଣ ଗୋ ଚାଲାଣକାରୀଙ୍କୁ କାବୁ କରିଥିଲେ । ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।