ରାଜଧାନୀରେ ଅପରାଧୀ ଓ ନିଶା ମାଫିଆଙ୍କୁ ନିସ୍ତାର ନାହିଁ

ରାଜଧାନୀରେ ଅପରାଧୀ ଓ ନିଶା ମାଫିଆଙ୍କୁ ନିସ୍ତାର ନାହିଁ

 ଭୁବନେଶ୍ୱର : ଆଜି ସକାଳୁ ସକାଳୁ କନ୍ଧମାଳ ଜିଲ୍ଲାରୁ ଏକ ବୋଲେରୋ ଗାଡିରେ ଦୁଇ ସ୍ୱାମୀ ସ୍ତ୍ରୀ ମିଶି ୨ଟି ବସ୍ତାରେ ଗଞ୍ଜେଇ ଲୋଡ଼ କରି ଭାୟା ଘାଟିକିଆ ସର୍ଭିସ ରୋଡରେ ସକାଳୁ ଯିବା ସମୟରେ ଭରତପୁର ଥାନା ଅଧିକାରୀ ଦିନବନ୍ଧୁ ମିଶ୍ରଙ୍କ ନିଦେ୍ର୍ଦଶ କ୍ରମେ ଥାନାର ସ୍ପେଶାଲ ଟିମ ଗାଡିଟିକୁ ଆଇଜିକେସି ହସ୍ପିଟାଲ ଛକରେ ମାଡି ବସିଲା । ଫଳରେ ଦମ୍ପତିଙ୍କୁ ଗିରଫ କରିବା ସହ ବୋଲେରୋ ଭିତରୁ ୨୨କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲିର ନିରଞ୍ଜନ ଦିଗାଲ ଓ ଝାନସୀ ନାୟକ । ଆଜି ୨ଜଣଙ୍କୁ ଥାନା କେସ ନମ୍ବର ୨୧୦ ଏବଂ ଦଫା ୨୦ (ବି) ଏନଡ଼ିପିଏସ୍ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । 
 ସୂଚନାଯୋଗ୍ୟ ଯେ, ଆଗକୁ ଆସୁଥିବା ସାଧାରଣ ନିର୍ବାଚନ ପାଇଁ ଆକ୍ସନ ମୋଡରେ ସିପି ଓ ଡ଼ିସିପି । ନିଶା କାରବାର ଓ ଅପରାଧୀଙ୍କୁ ରାଜଧାନୀରେ ନିସ୍ତାର ନାହିଁ । ବିଭିନ୍ନ ଥାନା ଅଧିକାରୀଙ୍କୁ ହୋଇଛି କଡ଼ା ନିଦେ୍ର୍ଦଶ । ଗଞ୍ଜେଇ ମାଫିଆ, ବ୍ରାଉନସୁଗାର ମାଫିଆ ଏବଂ ରାଜଧାନୀରେ ନିଶା ଖାଇ ଅପରାଧ ଘଟାଉଥିବା ଅପରାଧୀଙ୍କ ଉପରେ ରହିଛି କମିଶନରେଟ୍ ପୁଲିସର କଡ଼ା ନଜର । ପ୍ରତେକ ଦିନ କମିଶନରେଟ୍ ବ୍ଲକିଂ, ଚେକିଂ, ପାଟ୍ରୋଲିଂ, ଡ୍ରଙ୍କନ ଡ୍ରାଇଭ୍ ଚଳାଇଛି । ଏହି ଅଭିଯାନ ଦ୍ୱାରା ବହୁ ନିଶା ବେପାରୀ, ମଦୁଆ, ଅପରାଧୀ, ଲୁଟେରା ଧରା ପଡୁଛନ୍ତି । ସେହିଭଳି ପ୍ରାୟତ କନ୍ଧମାଳ ଜିଲ୍ଲା, ମାଲକାନାଗିରି, କୋରାପୁଟରୁ ବସ, କାର, ଟ୍ରକ୍, ଟ୍ରେନ୍ରେ ବିଭିନ୍ନ ଉପାୟ ଆପଣାଇ ଭାୟା ଭୁବନେଶ୍ୱର ଦେଇ ଟ୍ରେନ୍ ଓ ବସରେ ଅନ୍ୟ ରାଜ୍ୟ ମାନଙ୍କୁ କରାଯାଉଛି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ । ମାଫିଆମାନେ ନୀରିହ ଲୋକଙ୍କୁ କିଛି ଟଙ୍କା ଦେବାର ଲୋଭ ଦେଖାଇ ସେମାନଙ୍କ ଦ୍ୱାରା ଚଳାଉଛନ୍ତି ଗଞ୍ଜେଇ କାରବାର । ଏହି କାରବାରରେ ମାଫିଆଙ୍କ ସହ ହାତ ମିଳାଇଛନ୍ତି କିଛି ଦଲାଲ ପୁଲିସ, ଅବକାରୀ ବିଭାଗ ଓ ଜିଆରପି ଥାନାର କିଛି ଅଫିସର । ମୋଟା ମାଲ ନେଇ ଟ୍ରେନ୍ ଓ ବସ ଯୋଗେ କରାଯାଉଛି ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ । ଫଳରେ ମୋଟା ମାଲକୁ ଗଳାବାଟରେ ଛାଡି ଛୋଟ ମୋଟ ବେପାରୀଙ୍କୁ ଧରି ପୁଲିସ, ଅବକାରୀ ଓ ଜିଆରପି ପୁଲିସ ନେଉଛନ୍ତି ବାହାବାହା । ଯାହା ଉପରସ୍ତ ଅଧିକାରୀଙ୍କ ନଜର ଆଡରେ ।