ନିର୍ବାଚନ ହିଂସାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୧ା୫ : ନିର୍ବାଚନ ସମୟରେ ନିଜ ନିଜ ଦଳର ପୋଷ୍ଟର ଲଗାଇବା ବେଳେ ଅନ୍ୟ ଦଳର ପୋଷ୍ଟର ଅନ୍ୟ ଦଳର ପୋଷ୍ଟର ଉପରେ ମାରିବାକୁ ବିରୋଧ କରିବାରୁ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ । ଏନେଇ ଥାନାରେ ଅଭିଯୋଗ ପରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, ୟୁନିଟ୍-୭ ଦୁର୍ଗା ମଣ୍ଡପ ବସ୍ତିର ନାରାୟଣ ରେଡ୍ଡୀ ।
ସୂଚନାଯୋଗ୍ୟଯେ, ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରିଣୀ ୟୁନିଟ୍ -୭ ଦୁର୍ଗା ମଣ୍ଡପ ବସ୍ତିରେ ରହୁଥିବା ବେଳେ ସେମାନେ ଭିନ୍ନ ଭିନ୍ନ ରାଜନ÷ତିକ ଦଳ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଉଭୟ ନିଜ ନିଜ ଦଳ ପାଇଁ ପ୍ରଚାର ପ୍ରସାର କରିବା ସହ ଜନସାଧାରଣଙ୍କୁ ଭୋଟ ପ୍ରାର୍ଥନା କରିଆସୁଥିଲେ । ଗତ ୧୯ ଓ ୨୦ ତାରିଖ ମଧ୍ୟ ରାତ୍ରିରେ ଅଭିଯୁକ୍ତ ନାରାୟଣ ଓ ତାଙ୍କର କିଛି ସହଯୋଗୀ ନିଜ ନିଜ ଦଳର ପୋଷ୍ଟରକୁ ଅଭିଯୋଗକାରିଣୀଙ୍କ ସମର୍ଥନ ଦଳ ପୋଷ୍ଟର ଉପରେ ଲଗାଇବାର ଅଭିଯୋଗକାରିଣୀଙ୍କ ସ୍ୱାମୀ ଶ୍ରୀକାନ୍ତ ଦେଖିଥିଲେ । ଏନେଇ ଶ୍ରୀକାନ୍ତ ସେମାନଙ୍କୁ ବିରୋଧ କରିବାରୁ ଅଭିଯୁକ୍ତ ନାରାୟଣ ଓ ତାଙ୍କର ସହଯୋଗୀ ମାନେ ମିଳିତ ଭାବେ ଶ୍ରୀକାନ୍ତଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ଆସି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ଆଜି ଅଭିଯୁକ୍ତ ନାରାୟଣଙ୍କୁ ଗିରଫ କରିଛି ।