ଅଟୋ ଚାଳକଙ୍କୁ ଖଣ୍ଡାରେ ଆକ୍ରମଣ ; 2 ଅଭିଯୁକ୍ତ ଗିରଫ

ଅଟୋ ଚାଳକଙ୍କୁ ଖଣ୍ଡାରେ ଆକ୍ରମଣ ; 2 ଅଭିଯୁକ୍ତ ଗିରଫ


ଭୁବନେଶ୍ୱର, ୨୧ା୫ : ରୋଗୀଙ୍କୁ ହସ୍ପିଟାଲ ନେବା ବେଳେ ଅଟୋ ଚାଳକଙ୍କୁ ରାସ୍ତାରେ ଅଟକାଇ ଗାଳି ଗୁଲଜ କରିବା ସହ ହତ୍ୟା କରିବା ଉଦେଶ୍ୟରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ । ଏନେଇ ଇନଫୋସିଟି ଥାନରେ ଅଭିଯୋଗ ପରେ ପୁଲିସ ୨୪୨ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଦଫା ୩୪୧, ୨୯୪, ୩୨୩, ୩୦୭, ୫୦୬, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ମଞ୍ଚେଶ୍ୱର ଥାନା ଅଧିନ ଇଞ୍ଜାନା ବସ୍ତିର ବଳରାମ ଦାସ ଓରଫ ବଳିଆ ଓ ଖଣ୍ଡଗିରି ଥାନା ଅଧିନ ଡ଼ୁମୁଡ଼ୁମା ପଞ୍ଚସଖା ନଗରର ଭାଗିରଥୀ ରାଉତ ।
 ସୂଚନାଯୋଗ୍ୟଯେ, ସୋମବାର ଦିନ ମଧ୍ୟାନ ସମୟରେ ଅଭିଯୋଗକାରୀ ଜଗନ୍ନାଥ ବେହେରା ତାଙ୍କର ଅଟୋରେ ଜଣେ ରୋଗୀଙ୍କୁ ଏଲଭି ପ୍ରସାଦ ହସ୍ପିଟାଲକୁ ନେଇ ଆସୁଥିବା ବେଳେ ଅଭିଯୁକ୍ତ ଦୁହେ ଅଟୋକୁ ଅଟକାଇ ଚାଳକଙ୍କୁ ଭିଳିତ ଭାବେ ଗାଳି ଗୁଲଜ କରିବା ସହ ହତ୍ୟା କରିବା ଉଦେ୍ଦଶ୍ୟରେ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିଲେ ଅଭିଯୋଗକାରୀ ଚାଳକ ଗୁରୁତର ଆହତ ହୋଇଥିବାରୁ ସାହାଜ୍ୟ ପାଇଁ ଚିକ୍ରାର କରିଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକେ ଘଟଣା ଦେଖି ଘଟଣା ସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ପରେ ଗୁରୁତର ଆହତ ଅବସ୍ଥାରେ ଚାଳକଙ୍କୁ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏକ ଘରୋଇ ଅସ୍ପିଟାଲକୁ ପଠାଇଥିଲେ । ସେଠାରେ ଅଭିଯୋଗକାରୀ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ୨ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି । ସେମାନଙ୍କ ଠାରୁ ଏକ ଖଣ୍ଡା ଜବତ କରାଯିବା ସହ ପରେ କୋର୍ଟ ଚାଲାଣ କରାଯାଇଛି ।