ବୃଦ୍ଧାଙ୍କୁ ରଡରେ ଆକ୍ରମଣ ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୧ା୫ : ମଦ ପି ରାତିରେ ଘର ଉପରକୁ ପଥର ଫୋପାଡିକାକୁ ବିରୋଧ କରିବାରୁ ରାଗରେ ଜଣେ ବୃଦ୍ଧାଙ୍କୁ ଲୁହାରଡରେ ମରଣାନ୍ତକ ଆକ୍ରମଣ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ସତ୍ୟନଗର ଶନି ମନ୍ଦିର ନିକଟର ଦିଲ୍ଲୀପ୍ ରଣା ଓରଫ ଅର୍ଜୁନ ।
ସୂଚନାଯୋଗ୍ୟଯେ, ସୋମବାର ଦିନ ଅଭିଯୋଗକାରୀ ବିନାୟକ ମୁଦୁଲି ରାତିରେ ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ମଧ୍ୟ ରାତ୍ରିରେ ଅଭିଯୁକ୍ତ ଓ ତାର ପୁତୁରା ନିଶାସକ୍ତ ଅବସ୍ଥାରେ ଅଭିଯୋଗକାରୀଙ୍କ ଘର ନିକଟକୁ ଆସି ଘର ଉପରକୁ ପଥର ମାଡ କରିଥିଲେ । ପଥର ଶଦ୍ଦ ଶୁଣି ଅଭିଯୋଗକାରୀ ଘରୁ ବାହାରକୁ ଆସି ୨ ଅଭିଯୁକ୍ତଙ୍କୁ ଦେଖିବା ପରେ ସେମାନଙ୍କୁ ପଥର କଣ ପାଇଁ ଘର ଉପରକୁ ଫୋପାଡିଲ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଅଭିଯୁକ୍ତ ରାଗିଯାଇ ଅଭିଯୋଗକାରୀ ଓ ତାଙ୍କ ବୃଦ୍ଧା ମାଆଙ୍କୁ ଲୁହାରଡରେ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀଙ୍କ ମାଆ ଗୁରୁତର ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରିଛି ।