ବିଷ୍ଣୁବ୍ରତଙ୍କ ଲାଗି ଅଣ୍ଟା ଭିଡ଼ିଲେ ନେତା ଓ କର୍ମୀ


 ତିହିଡି,: ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥି ବିଷ୍ଣୁବ୍ରତ ରାଉତରାୟଙ୍କ ବିଜୟ ଲାଗି ଅଣ୍ଟା ଭିଡିଛନ୍ତି ୯ ପଞ୍ଚାୟତର ନେତା ଓ କର୍ମୀ । ଜଣେ କି ଦୁଇଜଣ ନୁହଁନ୍ତି ବରଂ ପୁରା ୯ ପଞ୍ଚାୟତର ଦକ୍ଷ ଓ ସଂଗଠକ ନେତା ଓ କର୍ମୀମାନେ ରାତିଦିନ ଏକକରି ଲାଗି ପଡିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନିଳମଣୀ ରାଉତରାୟ, ତାଙ୍କର ସୁପୁତ୍ର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପରେ ଗତ ୨୦୧୯ ମସିହାରୁୁ ଏହି ପରିବାରର ଦାୟାଦ୍ ବିଷ୍ଣୁବ୍ରତ ରାଉତରାୟଙ୍କ ପ୍ରତି ଲୋକଙ୍କ ଭରଷା ଓ ବିଶ୍ୱାସ ରହି ଆସୁଛି । ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ କରି ଭୋଟରଙ୍କ ମନ ଜିଣି ପାରିଛନ୍ତି । ଯାହାକୁ ନେଇ ବିଷ୍ଣୁବ୍ରତ ଦ୍ୱିତୀୟ ଥର ବିଜେଡି ପକ୍ଷରୁ ପ୍ରାର୍ଥିତ୍ୱ ହାତେଇ ପାରିଥିବା ବୋଲି କୁହାଯାଉଛି । ତେବେ ଏଥର ଜିତିଲେ ବାକିଥିବା ସ୍ୱପ୍ନ ପୂରଣ କରାଯିବ ବୋଲି ଆଶା ବାନ୍ଧିଛନ୍ତି ଦଳୀୟ ନେତା ଓ କର୍ମୀ । ତେବେ ପ୍ରତି ନିର୍ବାଚନରେ ବାସୁଦେବପୁର ବ୍ଲକ ଓ ପୌରାଞ୍ଚଳ ଅପେକ୍ଷା ତିହିଡି ବ୍ଲକର ଏହି ୯ ପଞ୍ଚାୟତରୁ ଅଧିକ ସମର୍ଥନ ମିଳିଥାଏ । ଏଥର ମଧ୍ୟ ବିଜେଡି ଅଧିକ ଭୋଟ ପାଇବ ବୋଲି ବେଶ ଆଶାବାଦୀ ରହିଛି । ଗତ ନିର୍ବାଚନରେ ଏହି ୯ଟି ପଞ୍ଚାୟତରୁ ବିଷ୍ଣୁବ୍ରତ ସର୍ବାଧିକ ଭୋଟ ପାଇଥିବାବେଳେ ଏଥର ବି ଏହି ଧାରା ବଜାୟ ରଖିବାକୁ ବିଷ୍ଣୁବ୍ରତ ମଧ୍ୟ ପ୍ରୟାସ ଅବ୍ୟାହତ ରଖିଛନ୍ତି  । ଏଥିପାଇଁ ସେ ନିଜର ପ୍ରଚାର ଅଭିଯାନକୁ ଅଧିକ ଜୋରଦାର କରିଛନ୍ତି । ବିଷ୍ଣୁବ୍ରତଙ୍କ ବଡଭାଇ ଦୁର୍ଗାଦତ୍ତ ରାଉତରାୟ ମୁଖ୍ୟତଃ ଏହି ୯ ପଞ୍ଚାୟତର ସାଙ୍ଗଠନିକ ଦାୟିତ୍ୱ ବୁଝୁଥିବା ବେଳେ ବରିଷ୍ଠ ନେତା ହରିହର ସେନାପତି, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ବ୍ଲକ ସଭାପତି ରଘୁନାଥ ପଣ୍ଡା, ବ୍ଲକ କାର୍ଯ୍ୟକାରୀ ସଭାପତି ବାପୁଜୀ ନାୟକ, ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ସୁପ୍ରଭା ପାଣି, ତାପସ ବେହେରା ଓ କୈଳାସ ପରିଡା, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ମଙ୍ଗଳପୁର ସେବା ସମବାୟ ସମିତିର ସଭାପତି ନିତ୍ୟାନନ୍ଦ ବେହେରା, ପୂର୍ବତନ ସରପଞ୍ଚ କିର୍ତ୍ତନ ରାଉତ, ବିଷ୍ଣୁ କୁଅଁର ଓ ବୈକୁଣ୍ଠନାଥ ପାଣି, ଶିକ୍ଷାବିତ ସୁରେନ୍ଦ୍ର ନାୟକ, କହ୍ନେଇ ସାହୁ, ଉମାକାନ୍ତ ସେଠୀ, ଗଣେଶ ପ୍ରସାଦ ନାୟକ, ସଂଗ୍ରାମ ଦାସ, ନକୁଳ ବାରିକ, ନରେନ୍ଦ୍ର ବାରିକ, କୈଳାସ ଦାସ, କମଳାକାନ୍ତ ସ୍ୱାଇଁ, ଗୌରୀଶଙ୍କର ବେହେରା ଯୁବନେତା ରାଜେଶ ପାଢୀ, ଛନ୍ଦାଚରଣ ନାୟକ, ଅରୁଣ ବାରିକ, ଅନିରୁଦ୍ଧ ବାରିକ, ଅଭୟ ବିଶ୍ୱାଳ, ବିପିନ ବେହେରା, ଅଜୟ ଦାସ, ପ୍ରଦୀପ ଦାସ, ସଞ୍ଜୟ ମହାନ୍ତି, ଅକ୍ଷୟ ସେଠୀ, ଲଳିତ ମୋହନ ନାୟକ, ଓ ଶଶଧର ମଲ୍ଲିକ ପ୍ରମୁଖ ପ୍ରଚାରର ମୁଖ୍ୟ ଭୂମିକା ତୁଲାଇ ଆସୁଛନ୍ତି  । ଏହି ନେତାମାନଙ୍କ ନେତୃତ୍ୱରେ ବିଭନ୍ନ ସ୍ଥାନରେ ମିଶ୍ରଣ ପର୍ବ ଜରିଆରେ ବିରୋଧି ଦଳର କର୍ମୀମାନଙ୍କୁ ଦଳରେ ସାମିଲ କରାଇ ଦଳୀୟ ସ୍ଥିତିକୁ ଅଧିକ