ବାଇକ୍ ଦୁର୍ଘଟଣାରେ ଜଣେ ମୃତ
ବୁଗୁଡା : ବୁଗୁଡ଼ା ବ୍ଲକର ପୋଚାଲୁଣ୍ଡି ଗାଁ ଛକ ବୁଲାଣି ରାସ୍ତାରେ ଦୁର୍ଘଟଣା ଯୋଗୁଁ ଜନୈକ ଯୁବ ବାଇକ୍ ଚାଳକଙ୍କ ମୃତୁ୍ୟ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡା ବ୍ଲକ ଅନ୍ତରପଡ଼ା ପଞ୍ଚାୟତ ଅନ୍ତର୍ଗତ ବକ୍ସିପଲ୍ଲୀ ଗ୍ରାମର ଯୁବକ କୃଷ୍ଣ ନାୟକ (୨୫) । ପ୍ରକାଶ ଯେ, କୋରାପୁଟର ଏକ ରୁଟି ଫ୍ୟାକ୍ଟ୍ରିରେ କାମ କରୁଥିବା କୃଷ୍ଣ ଆଜି ଭୋର ସମୟରେ ନିଜ ଗାଁରେ ପହଞ୍ଚିଥିଲା । ତେବେ ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟା ସମୟରେ କୌଣସି କାମରେ ସେ ପଲସର ବାଇକ୍ (ନଂ - ଓଡି ୩୨ଏଚ୍ ୭୮୩୬) ଯୋଗେ ବେଲଗୁଣ୍ଠା ବ୍ଲକର ଗୋଠଳି ଗ୍ରାମକୁ ଯାଉଥିବା ବେଳେ ପୋଚାଲୁଣ୍ଡି ଗାଁ ଛକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାରେ ତାଙ୍କର ଛାତି ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସେଠାରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା ଏବଂ ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏ ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।