ଅସଜଡା ଭାବେ ପଡ଼ି ରହିଛି ତେଲିବାହାଳି ପାର୍କ
ାା ପ୍ରଭାନୁ୍ୟଜ ।ା ଯଖପୁରା: ବିଭିନ୍ନ ପ୍ରକଳ୍ପପାଇଁ ଖଣିଜ ପାଣ୍ଠି ବିନିଯୋଗ କରାଯାଉଥିବା ବେଳେ ସେଥିରୁ କିଭଳି ସଂଘଭାଗ ଅର୍ଥ ହରିଲୁଟ କରି ହେବ, ତାହାର ନକ୍ସା ପ୍ରସ୍ତୁତ ଆରମ୍ଭରୁ କରାଯାଉଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ହେଉ କି ଦାନଗଦୀ ବ୍ଲକରେ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ଖଣିଜପାଣ୍ଠିରୁ ବିନିଯୋଗ ହୋଇଥିବା ବେଳେ ମିଲିଭଗତରେ ଅର୍ଥ ହରିଲୁଟ କରାଯାଉଛି । ତେଲି ବାହାଳି ପାର୍କକୁ ଯିଏବି ଦେଖିବ, ସେ ଏକଥାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବ । କଳିଙ୍ଗନଗର ଅଞ୍ଚଳର ତେଲିବାହାଳି ଠାରେ ଏକ ପ୍ରମୋଦ ଉଦ୍ୟାନ କରାଯାଇଛି । ପୂର୍ବ ନବୀନ ସରକାର ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ଲଟ ନମ୍ବର ୯୭, ଖାତା ନମ୍ବର ୩୩୧ରେ୨୭ଏକର ପରିମିତ ସରକାରୀ ଜମିରେ ପାର୍କ ନିର୍ମାଣ କରାଯାଇଛି । ମାତ୍ର ପାର୍କର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇପାରି ନାହିଁ । ଅଧାପନ୍ତରିଆ ହୋଇ ପଡ଼ିରହିଛି ପାର୍କ । ତେଲିବାହାଳି ପାର୍କ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୯ କୋଟି ୮୪ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ଇତି ମଧ୍ୟରେ ପାର୍କରେ ପାଖା ପାଖି ୭ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ୭କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ ପାର୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ପାର୍କର ୪୦ଭାଗ କାର୍ଯ୍ୟ ବାକି ରହିଛି । ପୂର୍ବ ସରକାର ଯାଇ ନୂତନ ସରକାର ଆସିଲାଣି ହେଲେ ପାର୍କ କାର୍ଯ୍ୟରେ ଅଗ୍ରଗତି ଦେଖିବାକୁ ମିଳିନାହିଁ । ପାର୍କର ଅନେକ କାର୍ଯ୍ୟ ବାକି ଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ତକôାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ । ପାର୍କକୁ ନେଇ ପୂର୍ବରୁ ଅନେକ ବାଦ ବିବାଦ ଦେଖିବାକୁ ମିଳିଥିବା ବେଳେ ଯାଜପୁର ରୋଡ ରେଞ୍ଜର ପାର୍କର ନିର୍ମାଣ ଦାଇତ୍ୱ ନେଇଥିଲେ । ଅନେକ ସମୟରେ ପାର୍କର ନିମ୍ନମାନର କାର୍ଯ୍ୟ ହୋଇଛି ବୋଲି ଅଭିଯୋଗ ହୋଇଆସୁଥିଲେ ବି କେହି କିଛି ଶୁଣିଲେନି । କିନ୍ତୁ ଅଭିଯୋଗ ପ୍ରମାଣିତ କରୁଛି କି ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଛି । ପାର୍କରେ ଅନେକ କାର୍ଯ୍ୟ ଶେଷ ହେବା ପୂର୍ବରୁ ନଷ୍ଟ ହେବାକୁ ବସିଲାଣି । ପାର୍କ ମଧ୍ୟରେ ନିର୍ମାଣ ହୋଇଥିବା ଗେଷ୍ଟ ହାଉସର ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଗଲାଣି । ସେହିପରି ନିଜକୁ ଫିଟ୍ ରଖିବା ପାଇଁ ପାର୍କରେ ବ୍ୟବସ୍ଥା ଥିବା ବ୍ୟାୟାମ ଉପକରଣ ସବୁ ଉପୁଡ଼ି ପଡ଼ିଲାଣି । ରାସ୍ତାରେ ବ୍ୟବହୃତ ଟାଇଲ ସବୁ ଉଠିଗଲାଣି । ପାର୍କ ମଧ୍ୟରେ ରାସ୍ତା କାର୍ଯ୍ୟ ଶେଷ ହୋଇନାହିଁ । ପାର୍କ ପାଇଁ ଆଉ ମାତ୍ର ୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଥିବାବେଳେ ପାର୍କକୁ ଦେଖିଲେ ଏହା ମଧ୍ୟରେ ୨ କୋଟି ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଏ । ଯଦି ୯ କୋଟି ୮୪ ଲକ୍ଷ ଟଙ୍କାରେ ପାର୍କ କାର୍ଯ୍ୟ ଶେଷ ହୋଇପାରୁ ନାହିଁ ତେବେ ଏତେ କମ୍ ଟଙ୍କା କିପରି ଭାବରେ ପାର୍କ ପାଇଁ ବ୍ୟୟ ବରାଦ ହୋଇଥିଲା । ଆଲୋକି କାରଣ ହେଉ କି ଭଳିକି ଭଳି ଗଛ ଲଗାଇବା କଥା କୁହନ୍ତୁ ତାହା ସରି ନାହିଁ । ଯେହେତୁ ପାର୍କର ରକ୍ଷଣା ବେକ୍ଷଣ ଠିକ୍ ଭାବରେ ହୋଇପାରୁ ନାହିଁ ତେଣୁ ଅନାବନା ଗଛ, ଘାସ ସବୁ ଉଠିଲାଣି । ଯେଉଁ ଉଦେ୍ଦଶ୍ୟ ନେଇ ପାର୍କ ନିର୍ମାଣ ହୋଇଥିଲା ତାହା ପୂରଣ ହୋଇନାହିଁ ବୋଲି କହିପାରିବା । ଅନିଶ୍ଚିତତା ଭିତରେ ଗତି କରୁଛି ପାର୍କର ନିର୍ମାଣ କାର୍ଯ୍ୟ । ପାର୍କ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପାର୍କ ମଧ୍ୟରେ ନିର୍ମିତ ହୋଇଥିବା ଅତିଥି ଭବନର କାର୍ଯ୍ୟ ଏତେ ନିମ୍ନମାନର ହୋଇଥିଲା ଯେ ଦଲକାଏ ପବନରେ ତାର ଛପର ଉଡ଼ିଯାଇଛି । ସୌନ୍ଦର୍ଯ୍ୟକରଣରେ ବ୍ୟବହୃତ ଜିନିଷ ସବୁ ଭାଙ୍ଗି ଓହଳି ପଡ଼ିଛି । କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି । ବର୍ତ୍ତମାନ ସୁକିନ୍ଦାର ବିଧାୟକ ତଥା ହସ୍ତତନ୍ତ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।