ମାଳମାଳ ରେନକଟ
ଦୁର୍ବଳ ହେବାରେ ଲାଗିଛି । ଆହୁରି ପୁଣି ଏବେ ବର୍ଷା ଦିନ ଚାଲିଥିବାରୁ ବ୍ରହ୍ମବରଦା ବାସୀଙ୍କୁ ଘାରିଛି ବନ୍ୟା ପାଣିର ଚିନ୍ତା । କାରଣ ବ୍ରାହ୍ମଣୀ ନଦୀର ଏହି ଦୁର୍ବଳ ନଦୀ ବନ୍ଧରେ ୨୦୧୮ମସିହାରେ ମହେଶ୍ୱରପୁର ପଞ୍ଚାୟତ ସ୍ଥିତ ହାଡି ସାହି ନିକଟରେ ୨୦ମିଟରର ଏକ ଘାଇ ସୃଷ୍ଟି ହୋଇଥିଲା । ଯାହାଫଳରେ ଉଭୟ ମହେଶ୍ୱରପୁର ଓ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳର ବହୁ ଘର, ଦୋକାନ ବଜାର ପାଣିରେ ବହିଯିବା ସହ ବହୁ ଧନଜୀବନ ନଷ୍ଟ ହୋଇଥିଲା । ବନ୍ୟାପାଣି ଅଞ୍ଚଳବାସୀଙ୍କୁ ମାସ ମାସ ଧରି ଘରୁ ବେଘର କରିଥିବା ବେଳେ ଜଣେ ଶିଶୁର ଜୀବନ ମଧ୍ୟ ଯାଇଥିଲା । ଏହା ମଧ୍ୟରେ ଘାଇ ସୃଷ୍ଟି ହେବାକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ନଦୀବନ୍ଧର ସୁଦୃଢୀକରଣ କାର୍ଯ୍ୟ ନିମ୍ନମାନର ଓ ଅଧପନ୍ତରୀୟା ଅବସ୍ଥାରେ ପଡିରହିଛି । ଏବେ ସ୍ଥାନେ ସ୍ଥାନେ କିଛି କିଛି ମାଟି ପଡୁଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ । ତା ଛଡା ବ୍ରହ୍ମବରଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇଥବା ବେଳେ ବ୍ରହ୍ମବରଦା ଅଞ୍ଚଳରେ ରହିଛି ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ବ୍ୟାଙ୍କ, ମହାବିଦ୍ୟାଳୟ ଓ ଡ଼ାକଘର, ଥାନା ଓ ବିଦ୍ୟୁତ୍ କାର୍ଯ୍ୟାଳୟ । ତେଣୁ ବ୍ରହ୍ମବରଦା ଓ ଏହାର ଆଖ ପାଖ ଅଞ୍ଚଳର ପାୟ ୧୦ରୁ ୧୫ଗୋଟି ପଞ୍ଚାୟତର ଲକ୍ଷାଧିକ ଲୋକେ ବ୍ରହ୍ମବରଦା ଉପରେ ନିର୍ଭର କରିବା ସହ ଉକ୍ତ ରାସ୍ତା ଦେଇ