ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ

କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବାକୁ ରହିଥିବା ବେଳେ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ତେବେ ଅଞ୍ଚଳରେ ବାରମ୍ବାର ବର୍ଷା ଲାଗି ରହିଥିବାରୁ ଶୁକ୍ରବାର ଏହି ଦିବସ ପାଳନରେ କିଛି ସମସ୍ୟା ବିଶେଷ କରି ପଡ଼ିଆଟି କାଦୁଅ ଯୋଗୁ ସାମୁହିକ ପରେଡ୍‌ ସହ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ସମ୍ଭାବନା ଦେଖାଯାଇଛି। ତେଣୁ ଏହାର ବେଳ ଥାଉଥାଉ ସମସ୍ୟାର ସମାଧାନ ଦିଗରେ ବିଡିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ପ୍ରମୁଖ ପଡ଼ିଆରେ ପହଞ୍ଚି ସ୍ଥିତି ପରଖିବା ସହ କିଭଳି ଏହି ଦିବସ ପଡ଼ିଆରେ ସୁବିଧାରେ ହୋଇପାରିବ ସେ ନେଇ ଆଲୋଚନା କରିଛନ୍ତି। ପ୍ରକାଶ ଯେ, ଶୁକ୍ରବାର ବ୍ଲକସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜି. ଉଦୟଗିରିର କଂଗ୍ରେସ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବିଡିଓ ରଥ, ଡିଏସ୍‌ପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ କୁମାର ମାଝୀ ପ୍ରମୁଖ କିଭଳି ଏହି କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ। ସେନେଇ ପ୍ରସ୍ତୁତି କରିଛନ୍ତି ବିଧାୟକ ପ୍ରଧାନ ସାମୁହିକ ପରେଡ୍‌ ପରିଦର୍ଶନ କରିବା ସହ ସାମୁହିକ ଅଭିବାଦନ ଗ୍ରହଣ କରିବେ। ଏଥିସହ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବଣ୍ଟନ କରିବା ସହ ସାଧାରଣ ଜନତା, ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିବେ।