ନିଲମ୍ବିତ ସମ୍ପାଦକଙ୍କ ଦାୟିତ୍ୱ ହସ୍ତାନ୍ତର ଦାବି, ସମିତିରେ ତାଲା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପ୍ରାଥମିକ କୃଷି ସମବାୟ ସମିତି ଲିଃ ଭାରପ୍ରାପ୍ତ ସମ୍ପାଦକ ଅଜୟ କୁମାର ବେହେରା ଦାଇତ୍ୱ ହସ୍ତାନ୍ତର କରୁନାହାନ୍ତି । ଭାରପ୍ରାପ୍ତ ସମ୍ପାଦକ ବିରଞ୍ଚô ନାରାୟଣ ରାଉତ ସମିତିର କାର୍ଯ୍ୟ ଚଳାଇବା ସମ୍ଭବ ହେଉନାହିଁ । ନିଲମ୍ବିତ ସମ୍ପାଦକ ଦାଇତ୍ୱ ହସ୍ତାନ୍ତର ନକରିବା ପର୍ଯ୍ୟନ୍ତ ସମିତିରେ ପରିଚାଳନା ନିଦେ୍ର୍ଦଶକମାନେ ପକାଇଥିବା ତାଲାବନ୍ଦ ସୋମବାର ଅବ୍ୟାହତ ରହିଛି । ଏହାଦ୍ୱାରା ସମିତିରେ ଅଚଳାବସ୍ଥା ଲାଗି ରହିଛି । ଏହି ଅଚଳାବସ୍ଥା ପାଇଁ ସମିତି ସଭାପତି ଅବିନାଶ ରାଉତ ଭଦ୍ରକ ସମବାୟ ନିବନ୍ଧକ ଓ ଉପନିନ୍ଧକଙ୍କୁ ଦାୟୀ କରିଛନ୍ତି ।
ସମିତିର ସ୍ୱତନ୍ତ୍ର ଅଡିଟ ପାଇଁ ହୋଇଥିବା ଅନୁରୋଧକୁ ସମବାୟ ନିବନ୍ଧକ ଓ ଉପନିନ୍ଧକ କାର୍ଯ୍ୟକାରି କରୁନଥିବା ବିସ୍ମୟଜନକ ବୋଲି ଶ୍ରୀ ରାଉତ ଦୋଷାରୋପ କରିଛନ୍ତି । ସମିତିର ଅଚଳାବସ୍ଥା ସମ୍ପର୍କରେ ସମବାୟ ନିବନ୍ଧକ ଓ ଉପନିନ୍ଧକଙ୍କୁ ଅବଗତ କରାଯାଇଛି ବୋଲି ସମବାୟ ନିରୀକ୍ଷକ ଋତୁପୂର୍ଣ୍ଣା ସାହୁ ମତ ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ଶୁକ୍ରବାର ସମିତିର ଭାରପ୍ରାପ୍ତ ସମ୍ପାଦକ ଶ୍ରୀ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ଏଥିପୂର୍ବରୁ ଶ୍ରୀ ବେହେରାଙ୍କୁ ଗତ ୨ ତାରିଖ ଶନିବାର ଭଦ୍ରକ ସହକାରୀ ସମବାୟ ନିବନ୍ଧକ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୬୦୩ ଅନୁଯାୟୀ ଦାଇତ୍ୱରୁ ଅନ୍ତର ଆଦେଶ ଦେଇଥିଲେ । ସରସଦା ପରିଚାଳନା ବୋର୍ଡ ପ୍ରସ୍ତାବ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଗଲା ବୋଲି ସଂପୃକ୍ତ ଆଦେଶରେ କାରଣ ଦର୍ଶାଯାଇଥିଲା । ସରସଦା ପାକ୍ସର ଆକାଉଣ୍ଟାଣ୍ଟବିରଞ୍ଚô ନାରାୟଣ ରାଉତଙ୍କୁ ନୂତନ ସମ୍ପାଦକ ଭାବେ କାର୍ଯ୍ୟ କରିବାକୁ ଏଥିରେ ଆଦେଶ ହୋଇଥିଲା । ସୋମବାର ବିରଞ୍ଚ ନାରାୟଣ ରାଉତ କାର୍ଯ୍ୟରେ ଯୋଗ ଦେଇଥିଲେ । ଭଦ୍ରକ ସହକାରୀ ସମବାୟ ନିବନ୍ଧକ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୬୨୨ ଅନୁଯାୟୀ ପୂର୍ବ ଆଦେଶକୁ ଗତ ୫ତାରିଖରେ ବାତିଲ କରିଦିଆଯାଇଥିଲା । ଏହି ଆଦେଶ ବାତିଲ ବିରୋଧରେ ସଭାପତି ଶ୍ରୀ ରାଉତ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଡବ୍ଲୁ.ପି.ସି. ୨୨୪୩୮ନଂ ମାମଲାର ବିଚାର କରି ଗତ ୧୪ ତାରିଖରେ ଶ୍ରୀ ବେହେରାଙ୍କ ବିରୋଧରେ ଏ.ଆର.ସି.ଏସ.ଙ୍କ ଦ୍ୱାରା ଜାରି ବାତିଲ ଆଦେଶର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଥିଲେ । ଫଳରେ ଶ୍ରୀ ବେହେରାଙ୍କ ଅଡୁଆ ବଢିଯାଇଥିଲା । ଆଜି ତାଙ୍କୁ ନିଲମ୍ବନ କରାଯିବା ସହ ଶ୍ରୀ ରାଉତଙ୍କୁ ନୂତନ ଭାରପ୍ରାପ୍ତ ସମ୍ପାଦକ ଭାବେ କାର୍ଯ୍ୟଭାର ଅର୍ପଣ କରାଯାଇଛି ବୋଲି ସଭାପତି ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଶ୍ରୀ ବେହେରା ଦାୟିତ୍ୱ ହସ୍ତାନ୍ତର ନକରିବା ପର୍ଯ୍ୟନ୍ତ ସମିତି କାର୍ଯ୍ୟାଳୟ ଚାଲିପାରିବ ନାହିଁ ବୋଲି ପ୍ରକାଶ କରି ପରିଚାଳନା ନିଦେ୍ର୍ଦଶକମାନେ ମିଳିତ ହୋଇ ତାଲା ଝୁଲାଇ ଦେଇଥିବା ଜଣାଯାଇଛି ।