ନିଶା ମହାରଣାଙ୍କ ନାମରେ ଅଭିଯୋଗ

 ଜଟଣୀ : ଦୁଇଦିନ ତଳେ ଥାନା ପଛରେ ଥିବା ଜଳଯୋଗାଣ କାର୍ଯ୍ୟାଳୟ ନିକଟରେ ଏକ ପଡିଆରେ ପାର୍ବତୀ ଗଣନାଟ୍ୟ ପକ୍ଷରୁ ପଡ଼ିଥିବା ଯାତ୍ରାରେ ଆଇଟମ ଗାର୍ଲ ନିଶା ମହାରଣା ନାମ୍ନୀ ନର୍ତ୍ତକୀଙ୍କୁ ଉଲଗ୍ନ ଓ ଉଦଣ୍ଡ ଭାବେ ନୃତ୍ୟ ପ୍ରଦର୍ଶନ କରୁଥିବା ସମୟରେ ବିଜେପି ଦଳର ଯୁବମୋର୍ଚ୍ଚା ସମ୍ପାଦକ ସବ୍ୟସାଚୀ ଦାସ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ଷ୍ଟେଜ ଉପରକୁ ଚୌକି ଫୋପାଡି ଥିଲେ । ଫଳ ସ୍ୱରୂପ ଘଟଣାସ୍ଥଳରେ କିଛି ସମୟ ପାଇଁ ପରିସ୍ଥିତି ବିଷମ ହୋଇଥିଲା । ଆୟୋଜକ କମିଟି କର୍ମକର୍ତ୍ତା ମାନେ ବିରୋଧ କରିଥିବା ଯୁବକଙ୍କୁ ମାଡ ମାରିଥିଲେ । ଏପରିକି ବାହାରେ ଥୁଆ ହୋଇଥିବା ତାଙ୍କ ଦାମୀ ଗାଡିର କାଚକୁ କେହି ବାଡେଇ ଭାଙ୍ଗି ଦେଇଥିବା ନେଇ ଥାନାରେ ଶ୍ରୀ ଦାସ ଅଭିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୁବ ସାମାଜିକ କର୍ମୀ ମହେଶ ମହେନ୍ଦ୍ର ସାମାନ୍ୟ ଟଙ୍କା ରୋଜଗାର କରିବା ପାଇଁ ସମାଜରେ ସର୍ବସାଧାରଣରେ ଏଭଳି ଖୁଲମଖୁଲା ଅଙ୍ଗ ପ୍ରଦର୍ଶନକାରି ନୃତ୍ୟ ଓ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।